ଭବାନୀପାଟଣା 07ଅଗଷ୍ଟ (ହିଁ. ସ )ଆଜି ଭବାନୀପାଟଣା ବ୍ଲକ ସେପୁର ନିକଟସ୍ତ ତେଲ ନଦୀ ବ୍ରିଜ ତଳକୁ ପଡିଲା ମାଲ ବାହି ଟ୍ରକ. ଫଳରେ ଟ୍ରକ ଡ୍ରାଇଭ ର ଗୁରୁତ୍ତର, ଡ୍ରାଇଭ ର ଙ୍କ ଗୋଡ଼ ଭାଙ୍ଗିବା ସହ ଗୁରୁତ୍ତର ହୋଇଛି. ଖବର ପାଇ ବୋର୍ଡ୍ୟାପୋଲିସ ଦୁର୍ଘଟଣା ସ୍ଥଳ କୁ ଆସି ତଦାରଖ କରୁଛନ୍ତି. ଘଟଣା ରୁ ଜଣାଯାଏ ଯେ ରାଇପୁର ଠାରୁ ଚାଉଳ ବୋଝଇ ଟ୍ରକ.ଭବାନୀପାଟଣା ପଟକୁ ଯାଉଥିବା ବେଳେ ରାସ୍ତା ଖାଲ ଖମା ଥିବାରୁ ଖାଲ ରେ ଚକା ଲାଗି ହଠାତ ଚକା ଫାଟି ଯିବା ରୁ ଟ୍ରକ ତେଲ ନଦୀ ବ୍ରିଜ ତଳକୁ ଓଲଟି ପଡିଗଲା. ବର୍ତ୍ତମାନ ନଦୀରେ ବନ୍ୟା ଜଳ ଚାଲିଛି. ସାମାନ୍ୟ ଦୂରତାରେ ଗାଡି ନଦୀର ପାଣିରୁ ବଞ୍ଚି ଗଲା, ଟ୍ରକ ରେ ଚାଉଳ ବୋଝାଇ ହୋଇଥିଲା ଭିଜା ଚାଉଳ କୁ ରାସ୍ତା ଉପର କୁ ଅଣା ଯାଉଛି. ବିଶେଷ କଥା ଏହିକି ଏହି ଖରିଆର ଭବାନୀପାଟଣା ରାଜରାସ୍ତା ବର୍ତ୍ତମାନ ମରଣ ଯନ୍ତା ପାଲଟିଛି. ମୁଖ୍ୟ ତ ବୋର୍ଡ୍ୟା ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ରାସ୍ତା ଖାଲ ଖମା ହୋଇ ରାସ୍ତା ର ସ୍ଥିତି ଜଟିଳ ହୋଇଯାଇଛି. ପର୍ତ୍ତୃ ବିଭାଗ ଏହି ରାସ୍ତା କୁ ନିରବ ଦ୍ରଷ୍ଟା ଏବଂ ପ୍ରିୟପ୍ରିତି ରେ ନିମ୍ନ ମାନର କାମ ମରାମତି କାମ ହେବା ଫଳରେ ମରାମତି କରାଯାଇଥିବା ଦାମୁର ଫାଟି ଆଃ କରୁଛି. ପର୍ତ୍ତୃ ବିଭାଗ ଙ୍କୁ ଯେତେ କହିଲେ ମଧ୍ୟ କର୍ଣ୍ଣ ପା ତ କରୁ ନଥିବାରୁ ଏହି ପରି ପ୍ରତିଦିନ ଏହି ରାସ୍ତା ରେ ଦୁର୍ଘଟଣା ଘଟି ସହ ସହ ଜୀବନ ଧନ ଜୀବନ ନଷ୍ଟ ହେଉଥିବା ସାଧାରଣ ରେ ଦାବି ପ୍ରକାଶ ପାଉଛି, ଏହି ରାଜ ରାସ୍ତା ରେ ପ୍ରତି ଦିନ ହଜାର ହଜାର ଭାରି ଯାନ ଯାତାୟାତ କରୁଛି. ଏହି ରାସ୍ତା ପ୍ରତି ପର୍ତ୍ତୃ ବିଭାଗ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ଯତ୍ନ ବାନ ନ ହୁଅନି ତା ହେଲେ ଆଗାମୀ ଦିନ ରେ କେତେ ଯେ ଦୁର୍ଘଟଣା ରେ ଧନ ଜୀବନ କ୍ଷତି ହେବ ପଳ୍ପନା ବାହାରେ.ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ / ସମନ୍ୱୟ