ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ମହିଳା ଯୋଗ ଓ ରକ୍ତଦାନ ଶିବିର, ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତରତ୍ନ ସମ୍ମାନିତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ପୋଖରୀପୁଟ ଅଞ୍ଚଳରେ ଏକ ‘ମହିଳା ଯୋଗ ଓ ରକ୍ତଦାନ ଶିବିର’ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ
ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ମହିଳା ଯୋଗ ଓ ରକ୍ତଦାନ ଶିବିର, ଯୋଗ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତରତ୍ନ ସମ୍ମାନିତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ପୋଖରୀପୁଟ ଅଞ୍ଚଳରେ ଏକ ‘ମହିଳା ଯୋଗ ଓ ରକ୍ତଦାନ ଶିବିର’ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗାଭ୍ୟାସ ଓ ରକ୍ତଦାନ ଶିବିରରେ ଯୋଗ ଦେଇଥିବା ମା’ ଓ ଭଉଣୀମାନଙ୍କୁ ଉତ୍ସାହିତ କରି ଉତ୍ତମ ସ୍ୱାସ୍ଥ୍ୟ ଓ ନିରୋଗ ଜୀବନ ପାଇଁ ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ରକ୍ତଦାନ ଜୀବନ ବଞ୍ଚାଇବାରେ ସହାୟକ ହେଉଥିବାରୁ ଏହା ଏକ ମହତ ଦାନ ଭାବେ ପରିଚିତ।

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏଭଳି ଅଭିନବ ଓ ସମାଜ ଉପକାରୀ ଆୟୋଜନକୁ ସେ ପ୍ରଶଂସନୀୟ ବୋଲି ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର (ଏକାମ୍ର)ର ବିଧାୟକ ଶ୍ରୀ ବାବୁ ସିଂହଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande