
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ରାମଦାସ
ଅଠାୱଲେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ
ଅଧିକାରିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ
ପ୍ରାର୍ଥନା ଯେ, ସେ ଆପଣଙ୍କୁ ଉତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ତଥା ଦେଶସେବା ପାଇଁ ଅପାର ଉର୍ଜା
ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା