ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତରତ୍ନ ସମ୍ମାନିତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ “ପୂଜ୍ୟ ଅଟଳ : ଶତାବ୍ଦୀର ଶତଦଳ” ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍
ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତରତ୍ନ ସମ୍ମାନିତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ “ପୂଜ୍ୟ ଅଟଳ : ଶତାବ୍ଦୀର ଶତଦଳ” ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଟଳଜୀଙ୍କ ଅମର, ଅଜର ଓ ଅମ୍ଳାନ କୀର୍ତ୍ତିକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତି ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏକ ଅଦ୍ୱିତୀୟ ପରିଚୟ ଛାଡ଼ିଯାଇଛନ୍ତି।

ବରିଷ୍ଠ ସାହିତ୍ୟିକ ହରପ୍ରସାଦ ଦାସଙ୍କ ଉପସ୍ଥିତିରେ ଓଡ଼ିଶାର କୋଣ ଅନୁକୋଣରୁ ଅନେକ କବି କାର୍ଯ୍ୟକ୍ରମରେ ଯୋଗଦେଇ ଅଟଳଜୀଙ୍କ ସ୍ମୃତିରେ ନିଜ-ନିଜ କବିତା ପାଠ କରି ଶବ୍ଦ ଅର୍ଘ୍ୟ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande