
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ପୂର୍ବତନ ପ୍ରଧାନମନ୍ତ୍ରୀ
'ଭାରତ ରତ୍ନ' ଅଟଳ ବିହାରୀ
ବାଜପେୟୀଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଖର ରାଷ୍ଟ୍ରବାଦୀ, ସୁଶାସନର ମାର୍ଗଦର୍ଶକ, ବିଶ୍ୱବନ୍ଦିତ ଜନନାୟକ, ଆଧୁନିକ ଭାରତର ଶିଳ୍ପୀ, ଆମ ସମସ୍ତଙ୍କର ପ୍ରେରଣା ପୁଞ୍ଜ ପୂର୍ବତନ ପ୍ରଧାନମନ୍ତ୍ରୀ 'ଭାରତ ରତ୍ନ' ଅଟଳ ବିହାରୀ
ବାଜପେୟୀ ଜୀଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ। ଏହି ଅବସରରେ ସମସ୍ତଙ୍କୁ 'ସୁଶାସନ ଦିବସ'ର ଶୁଭକାମନା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ
ପ୍ରଖର ରାଷ୍ଟ୍ରଭକ୍ତ ଓ ମାନବତାବାଦୀ ନେତା ଭାବେ ଅଟଳ ଜୀଙ୍କର ବ୍ୟକ୍ତିତ୍ୱ ଥିଲା ଅନନ୍ୟ। 'ରାଜନୀତି'କୁ 'ରାଷ୍ଟ୍ରନୀତି'ରେ ପରିଣତ କରିବାର ସେ ଥିଲେ ପ୍ରକୃତ କର୍ଣ୍ଣଧାର। ତାଙ୍କର ପ୍ରତିଟି
ନିଷ୍ପତ୍ତିରେ ଦେଶର ଉନ୍ନତି ଓ ଜନକଲ୍ୟାଣର ସ୍ୱର ପ୍ରତିଧ୍ୱନିତ ହେଉଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’
ଭାରତୀଙ୍କ ସେବା ପାଇଁ ସମର୍ପିତ ତାଙ୍କର ଯଶସ୍ୱୀ ଜୀବନ ଓ ଆଦର୍ଶ ଆମକୁ ଏକ ବିକଶିତ ଓ ସମୃଦ୍ଧ
ଭାରତ ଗଠନ କରିବାକୁ ନିରନ୍ତର ଉତ୍ସାହିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା