ଭୁବନେଶ୍ୱର, 7 ଅଗଷ୍ଟ (ହି.ସ.) – ଜମି ବିକ୍ରିରେ ବେଆଇନ୍ କାରବାର ନେଇ ଜଗତପୁରରେ କାର୍ଯ୍ୟରତ ସବ୍ ରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ସେହିପରି ସବ୍ ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନବକିଶୋର ପାତ୍ର ଜମିଜମା ରେଜିଷ୍ଟ୍ରେସନ୍ ରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିବନ୍ଧନ ସେବାର ସମୀକ୍ଷା ଅବସରରେ ସେବା ପ୍ରଦାନରେ ସ୍ୱଚ୍ଛତା ଓ ସମ୍ମାନର ସହ ସେବା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ କାର୍ଯ୍ୟରେ ଖିଲାପ କରୁଥିବା ନିବନ୍ଧନ ବା ଉପ-ନିବନ୍ଧନ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
,.,,,,,,,,,,,
ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ବନ୍ଦନା / ସମନ୍ୱୟ