ଆଆପା ବିଧାୟକ ନରେଶ ବାଲ୍ୟାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ
ନୁଆଦିଲ୍ଲୀ 4 ଜାନୁଆରୀ (ହି.ସ)-ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମକୋକା ସମ୍ବନ୍ଧୀୟ ମାମଲାରେ ଗିରଫ ଆମ ଆଦମୀ ପାର୍ଟୀର ଉତ୍ତମନଗର ବିଧାୟକ ନରେଶ ବାଲ୍ୟାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ସ୍ଥଗିତ ରଖିଛନ୍ତି।ସ୍ୱତନ୍ତ୍ର ଜଜ୍ କାବେରୀ ବାବେଜା ଉପସ୍ଥିତି ନ ଥିବାରୁ ଶୁ
ଆଆପା ବିଧାୟକ ନରେଶ ବାଲ୍ୟାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ


ନୁଆଦିଲ୍ଲୀ 4 ଜାନୁଆରୀ

(ହି.ସ)-ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମକୋକା ସମ୍ବନ୍ଧୀୟ ମାମଲାରେ ଗିରଫ ଆମ ଆଦମୀ ପାର୍ଟୀର

ଉତ୍ତମନଗର ବିଧାୟକ ନରେଶ ବାଲ୍ୟାନଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ସ୍ଥଗିତ ରଖିଛନ୍ତି।ସ୍ୱତନ୍ତ୍ର

ଜଜ୍ କାବେରୀ ବାବେଜା ଉପସ୍ଥିତି ନ ଥିବାରୁ ଶୁଣାଣି ସ୍ଥଗିତ ରଖାଯାଇଛି।ଜାମିନ ଆବେଦନ ଉପରେ

ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଆଠ ଜାନୁଆରୀରେ ହେବ।ଆଜି ଦିଲ୍ଲୀ ପୋଲିସ ଏହି ମାମଲାରେ ଏକ

ଅଭିଯୁକ୍ତ ରିତିକ ପୀଟରଙ୍କ ବିରୋଧରେ ମକୋକାର ଧାରା 3 ଅନୁଯାୟୀ ପ୍ରାୟ 300 ପୃଷ୍ଠାର ପ୍ରଥମ

ଚାର୍ଜସିଟ ଦାଖଲ କରିଛି। କୋର୍ଟ ଚାର୍ଜସିଟ ଉପରେ ଜ୍ଞାନ ନେବାକୁ 9 ଜାନୁଆରୀରେ ଶୁଣାଣି

କରିବେ।ମକୋକା ମାମଲାରେ ନରେଶ ବାଲ୍ୟାନ ନଅ ଜାନୁଆରୀ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।4

ଡିସେମ୍ବରରେ ଚୋରାଚାଲାଣ ମାମଲାରେ ବାଲ୍ୟାନଙ୍କୁ ଜାମିନ ମିଳିବା ପରେ ଦିଲ୍ଲୀ ପୋଲିସ ମକୋକା

ମାମଲାରେ ଗିରଫ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande