ବୀରଗୋବିନ୍ଦପୁର ମା' ଦକ୍ଷିଣ କାଳୀଙ୍କ ପୀଠରେ କାଳୀପୂଜା, ଆଜି ମଧ୍ୟ ରାତ୍ରିରେ ବିସର୍ଜନ
ପୁରୀ, ୨୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ମା'' ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହୋଇଛି । ଆଜି ପୂର୍ବାହ୍ନ ୧୦ଟା ଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ରାତି ୧୧ଟା ଠାରୁ ମାଙ୍କ ଜଳପ୍ରଭା ଯାତ୍ରା ଆରମ୍ଭ ହେବ । ବର୍ଷସ
ବୀରଗୋବିନ୍ଦପୁର ମା' ଦକ୍ଷିଣ କାଳୀ


ପୁରୀ, ୨୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ମା' ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହୋଇଛି । ଆଜି ପୂର୍ବାହ୍ନ ୧୦ଟା ଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ରାତି ୧୧ଟା ଠାରୁ ମାଙ୍କ ଜଳପ୍ରଭା ଯାତ୍ରା ଆରମ୍ଭ ହେବ । ବର୍ଷସାରା ଏହି ପୀଠରେ ମା’ ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ । ବର୍ଷକରେ ଥରେ ଏହି ପବିତ୍ର ଅବସରରେ ମା'ଙ୍କ ପୀଠରେ ମା' ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତି ପୂଜା ଅନୁଷ୍ଠିତ ହୁଏ । ମା'ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଯାହାକୁ ନେଇ ସେଠାରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମା' ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜପୁରର ମା' ଉଗ୍ରତାରା ଓ ବୀରପ୍ରତାପପୁରର ମା' କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହୋଇଛି । ଆଜି ମଧ୍ୟ ରାତ୍ରରେ ମା' ଦକ୍ଷିଣକାଳୀ ମହା ଆଡମ୍ବରରେ ଏକ ବିଶାଳ ଶୋଭାଯାତ୍ରାରେ ବିସର୍ଜନ ନିମନ୍ତେ ବାହାରିବେ । ମା'ଙ୍କର ଅନ୍ୟ ୨ ଭଉଣୀ ସମଜାଜପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା' କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଂଚିବେ । ସେଠାରେ ପଣା ପୂଜା ପରେ ମା' ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande