ଗଞ୍ଜାମ, ୨୧ ଅକ୍ଟୋବର (ହି.ସ.)- ସୋରଡା ଥାନା କେଶୁରା ଗ୍ରାମରେ ଗତକାଲି ରାତିରେ ସଂଘବଦ୍ଧ ଆକ୍ରମଣରେ ସୁରେଶ ପାଣିଗ୍ରାହି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ସୋରଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଵ୍ରହ୍ମପୁର ଵଡ ଡାକ୍ତରଖାନାରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏହି ଗ୍ରାମରେ କିଛି ଦିନ ହେଲା ଗୋଷ୍ଠୀ ବିବାଦ ଲାଗି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ