
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ.) - +୨ ନାମଲେଖା ନିମନ୍ତେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ ପର୍ଯ୍ୟାୟର ପ୍ରଥମ ଚୟନ ରିପୋର୍ଟ ଅନୁଯାୟୀ, ମୋଟ ୧୦,୫୭୬ ଜଣ ଆବେଦନକାରୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ୮୫୮୭ ଜଣ ନୂତନ ଆବେଦନକାରୀ ଅଛନ୍ତି ଯେଉଁମାନେ ପୂର୍ବ ପର୍ଯ୍ୟାୟରେ ଆବେଦନ କରି ନଥିଲେ। ଷ୍ଟ୍ରିମ୍ ଅନୁଯାୟୀ, କଳାରେ ସର୍ବାଧିକ ସଂଖ୍ୟକ ଚୟନ କରାଯାଇଛି (୬,୫୮୪), ଏହାପରେ ବିଜ୍ଞାନ (୨,୪୩୯), ସଂସ୍କୃତ (୯୪୬), ବାଣିଜ୍ୟ (୪୧୬) ଏବଂ ଧନ୍ଦାମୂଳକ (୧୯୧) । ୫୩୬୯ ଜଣ ଛାତ୍ରଙ୍କୁ ଚୟନ କରାଯାଇଥିବା ବେଳେ ୫୨୦୭ ଜଣ ଛାତ୍ରୀଙ୍କୁ ଚୟନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା