ରାଜ୍ୟ ସମବାୟ ବ୍ୟାଙ୍କକୁ ହାଇକୋର୍ଟଙ୍କ ଛାଟ, ତଣ୍ଡ ଗଣିବ ୨୦ହଜାର
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ରାଜ୍ୟ ସମବାୟ ବ୍ୟାଙ୍କକୁ ହାଇକୋର୍ଟଙ୍କ ଦଣ୍ଡ । ୨୦ହଜାର ଟଙ୍କାର ଜୋରିମାନା ଦେବାକୁ ନ୍ୟାୟାଳୟ ଦେଲେ ନିର୍ଦ୍ଦେଶ । ଜଣେ କର୍ମଚାରୀଙ୍କୁ ସରକାରୀ ପ୍ରାପ୍ୟ(ଗ୍ରାଚୁ୍ୟଟି) ପ୍ରଦାନରେ ଅହେତୁକ ବିଳମ୍ବ ଏବଂ କୋର୍ଟର ସମୟ ଅପଚୟକୁ ନେଇ
ରାଜ୍ୟ ସମବାୟ ବ୍ୟାଙ୍କକୁ     ହାଇକୋର୍ଟଙ୍କ ଛାଟ, ତଣ୍ଡ ଗଣିବ ୨୦ହଜାର


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ରାଜ୍ୟ ସମବାୟ

ବ୍ୟାଙ୍କକୁ ହାଇକୋର୍ଟଙ୍କ ଦଣ୍ଡ । ୨୦ହଜାର ଟଙ୍କାର ଜୋରିମାନା ଦେବାକୁ ନ୍ୟାୟାଳୟ ଦେଲେ

ନିର୍ଦ୍ଦେଶ । ଜଣେ କର୍ମଚାରୀଙ୍କୁ ସରକାରୀ ପ୍ରାପ୍ୟ(ଗ୍ରାଚୁ୍ୟଟି) ପ୍ରଦାନରେ ଅହେତୁକ ବିଳମ୍ବ

ଏବଂ କୋର୍ଟର ସମୟ ଅପଚୟକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଓଏସସିବିକୁ ଭର୍ତ୍ସନା

କରାଯାଇଛି। କୋଟଙ୍କ ନିର୍ଦ୍ଦେଶ ରହିଛି କି ୬ସପ୍ତାହ ମଧ୍ୟରେ ୨୦ହଜାର ଟଙ୍କାର ଜୋରିମାନା

ସଂପୃକ୍ତ କର୍ମଚାରୀଙ୍କୁ ପ୍ରଦାନ ନିମନ୍ତେ । ମଙ୍ଗଳବାର ଅଭିଯୋଗକାରୀ କର୍ମଚାରୀ ମାନଗୋବିନ୍ଦ

ବାରିକଙ୍କ ମାମଲାର ବିଚାର କରି ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ଶୁଣାଣି କରି ଜଣାଯାଇଛନ୍ତି ଯେ, ମାନଗୋବିନ୍ଦ ଅବସର

ନେଲା ପରେ ବି ତାଙ୍କର ଗ୍ରାଚ୍ୟୁଟି ରାଶି କାହିଁକି ଦୀର୍ଘଦିନ ଧରି ପ୍ରଦାନ କରାଯାଇ ନ ଥିଲା ।

ଯାହା ପାଇଁ ସେ ଦୀର୍ଘ ସମୟ ଧରି ଆଇନର ଲଢ଼େଇ ଲଢ଼ିବାକୁ ପଡ଼ିଅଛି । ଖଣ୍ଡପୀଠ ମାମଲାର ଶୁଣାଣିବେଳେ ଆହୁରି ମଧ୍ୟ କହିଛନ୍ତି

କି, ବ୍ୟାଙ୍କ ପକ୍ଷରୁ ଅଧିବକ୍ତା ଅଦାଲତ ସମ୍ମୁଖରେ ରଖୁଥିବା ତଥ୍ୟ ଭୁଲ୍

ରଖୁଥିଲା ଏବଂ ଏ ସମ୍ବନ୍ଧୀୟ ପୂର୍ବ ମାମଲାର ରାୟଗୁଡ଼ିକୁ ଲୁଚାଇ ରଖି ଆସୁଥିଲେ ଯାହା ପାଇଁ

ହାଇକୋର୍ଟ ଏହାକୁ ପେଶାଗତ ଅନୀତି ଭାବେ ବିବେଚନା କରିବା ସହିତ ଏପରି ଆଚରଣ ଅଧିବକ୍ତାଙ୍କ

ସତ୍ୟନିଷ୍ଠା ଓ ଆଦାଲତର ଭରସାକୁ ହାନି କରେ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି । ଅଦାଲତକୁ ଭ୍ରମିତ କରିବା କିମ୍ବା ତଥ୍ୟ ଲୁଚାଇ ରଖିବା ଗୁରୁତର

ଅପରାଧ ଅଟେ । ଯାହାକୁ ବିଚାରକୁ ନେଇ ହାଇକୋର୍ଟ ରିଟ୍ ପିଟିସନକୁ ଖାରଜ କରିବା ସହିତ ଓଏସସିବି ଉପରେ ୨୦,୦୦୦ ଟଙ୍କାର

ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande