ପାବିତ୍ର ଅଁଳା ନବମୀ ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ
ବଲାଙ୍ଗିର, 31 ଅକ୍ଟୋବର (ହି.ସ.)ଆଜି କାର୍ତ୍ତିକ ଶୁକ୍ଳ ପକ୍ଷ ପବିତ୍ର ଅଁଳା ନବମୀ ରେ ବଲାଙ୍ଗିର ରାଧାରାଣୀ ପଡ଼ା ସ୍ତିତ ରାଧାକୃଷ୍ଣ ମନ୍ଦିର ରେ ସକାଳ ୬ ଘଟିକା ରେ ମନ୍ଦିର ପହଡ଼ ଖୋଲିଲା ବେଳକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବଢି ଯାଇଥିଲା। ମନ୍ଦିର ପୂଜକ ଗୋକୁଳାନନ୍ଦ ମିଷ୍ର ଦିଅଁ ଙ୍କ ନିତିକାନ୍ତି ସ
ପାବିତ୍ର ଆଇଁଲା ନବମୀ ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ


ପାବିତ୍ର ଆଇଁଲା ନବମୀ ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ


ପାବିତ୍ର ଆଇଁଲା ନବମୀ ରାଧାକୃଷ୍ଣ ମନ୍ଦିର ରେ ଶ୍ରୀ ରାଧା ଙ୍କ ପାଦ ଦର୍ଶନ


ବଲାଙ୍ଗିର, 31 ଅକ୍ଟୋବର (ହି.ସ.)ଆଜି କାର୍ତ୍ତିକ ଶୁକ୍ଳ ପକ୍ଷ ପବିତ୍ର ଅଁଳା ନବମୀ ରେ ବଲାଙ୍ଗିର ରାଧାରାଣୀ ପଡ଼ା ସ୍ତିତ ରାଧାକୃଷ୍ଣ ମନ୍ଦିର ରେ ସକାଳ ୬ ଘଟିକା ରେ ମନ୍ଦିର ପହଡ଼ ଖୋଲିଲା ବେଳକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବଢି ଯାଇଥିଲା। ମନ୍ଦିର ପୂଜକ ଗୋକୁଳାନନ୍ଦ ମିଷ୍ର ଦିଅଁ ଙ୍କ ନିତିକାନ୍ତି ସାରି ମନ୍ଦୀର ଦୁଆର ଫିଟାଇ ଥିଲେ। ବର୍ଷ ତମାମ ରାଧାରାଣୀ ଙ୍କ ପାଦ ଯୁଗଳ ବସ୍ତ୍ର ରେ ଆଚ୍ଛାଦିତ ହେଇ ଥିଲା ବେଳେ ଆଜି ଶ୍ରୀରାଧା ଓଡ଼ିଆଣୀ ବେଶରେ କଣିଆ କଛା ମାରି ଶାଢ଼ୀ ପିନ୍ଧି ଦର୍ଶନ ଦିଅନ୍ତି ଫଳରେ ତାଙ୍କର ପାଦ ପଦ୍ମ ଯୁଗଳ ଦେଖା ଯାଇଥାଏ। ଏହା କୁ ଶ୍ରିପାଦ ଦର୍ଶନ କୁହାଯାଏ। ଏହି ଦିନରେ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକ ରେ ସ୍ଵର୍ଣ୍ଣ କିରଟ ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଦର୍ଶନ ଦେଇଥିଲେ।

କାର୍ତ୍ତିକ ହବିଶ୍ୟଅଲି ମାନେ ମାସ ତମାମ ହବିଷ କରୁଥିବା ବେଳେ ଆଜି ଅଇଁଲା ଗଛକୁ ପବିତ୍ର ଔଷଧୀୟ ଗୁଣ ଯୁକ୍ତ ହୋଇଥିବା ରୁ ଏଥିରେ ବେଲ ଓ ତୁଳସୀ ର ମିଶ୍ରିତ ଗୁଣ ଥିବା ଯୋଗୁଁ ଆଜି ଏହି ବୃକ୍ଷ ପୁଜା କରିବା ସହିତ ଏହାର ମୂଳରେ ପ୍ରସାଦ ପ୍ରସ୍ତୁତ କରାଯାଇ ତାହା ସେବନ କରାଯାଇଥିଲା। ମନ୍ଦୀର ରେ ଅନ୍ନ ପ୍ରସାଦ କରାଯାଇ ଆଜି ବଣ୍ଟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande