ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବାକୁ ଶପଥ ପାଠ କରାଇଲେ ରାଜ୍ୟପାଳ
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା, ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏହି ଭାବନା ପ୍ରସାରିତ କରିବା ନିମନ୍ତେ ସଂକଳ୍ପ ନେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜଭବନର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶଥ ପ
ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବାକୁ ଶପଥ ପାଠ କରାଇଲେ ରାଜ୍ୟପାଳ


ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା, ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦେଶବାସୀଙ୍କ ମଧ୍ୟରେ ଏହି ଭାବନା ପ୍ରସାରିତ କରିବା ନିମନ୍ତେ ସଂକଳ୍ପ ନେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜଭବନର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶଥ ପାଠ କରାଇଛନ୍ତି। ଭାରତର ପ୍ରଥମ ଉ-ପ୍ରଧାନମନ୍ତ୍ରୀ-ତଥା-ଗୃହମନ୍ତ୍ରୀ ଲୌହ ମାନବ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିନକୁ “ରାଷ୍ଟ୍ରୀୟ ଏକତା ଦିବସ” ଭାବେ ପାଳନ ଅବସରରେ ରାଜଭବନର ଅଭିଷେକ ହଲ୍‌ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ସର୍ଦ୍ଦାର ପଟେଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ମଧ୍ୟ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande