
ମାଲକାନଗିରି, ୩୧ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ, ରାଲେଗାଡ଼ା ପଞ୍ଚାୟତ କଣ୍ଟାଗୁଡ଼ା ଗ୍ରାମର ମୋସେ ଖରା ପିତା ପିତା କମୁଲୁ ଖରା । ସେ ବାଲିମେଳା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ କଳା ର ପ୍ରଥମ ବର୍ଷ ଛାତ୍ର।
ତା ୧୧.୧୦.୨୫ ରୁ ୧୪.୧୦.୨୫ ରିଖ ମଧ୍ୟରେ ଭଦ୍ରକ ଜିଲ୍ଲା ହନୁମାନ ଜୀଉ ଉଚ୍ଚ ବିଦ୍ୟାଳୟ, ରେଲୱେ ପଡ଼ିଆ, ଚରମ୍ପା ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ଜାତୀୟ କ୍ରୀଡ଼ା ପାଇଁ ମନୋନୀତ ହୋଇଛନ୍ତି । ଏଣୁ ସେ ତା ୧୧.୧୧.୨୫ ରୁ ୧୫.୧୧.୨୫ ରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବରେଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତର ଭଲିବଲ ପ୍ରତିଯୋଗିତା ରେ ଭାଗ ନେବେ।
ତାଙ୍କର ଏହି କୃତିତ୍ଵ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜ ପାଣିଗ୍ରାହୀ, ସହକାରୀ ଜିଲ୍ଲା ଶିକ୍ଷାଧିକାରିଣୀ ମଞ୍ଜୁଲତା ଭୋଇ, ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଭାଗୀରଥି ବେହେରା, ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷାଧିକାରୀଙ୍କ ବରିଷ୍ଠ ସହାୟକ ଅନନ୍ତ ଚରଣ ବେହେରା, କନିଷ୍ଠ ସହାୟକ ପି ଭାନୁ ପ୍ରକାଶ ରାଓ, ଜିଲ୍ଲା ମଧ୍ୟାହ୍ନ ଭୋଜନ ପ୍ରୋଗାମର ଅରୁଣ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଛ ଦେଇ ଉଜ୍ଜଳ ଭବିଷ୍ୟତ କାମନା ସହିତ ଅଭିନନ୍ଦନ ଜଣାଇ ଛନ୍ତି ।
ସେ କ୍ରୀଡ଼ା ଶିକ୍ଷକ ଦିଲ୍ଲୀପ କୁମାର ପଟେଲ, ସରକାରୀ ଉଚ୍ଚ ବିଦ୍ୟାଳୟ କର୍ତ୍ତନପାଲ୍ଲୀ, କ୍ରୀଡ଼ା ଶିକ୍ଷକ ସନିଆ ମାଡ଼କାମୀ, ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଙ୍କ ତତ୍ତ୍ଵାବଧାନରେ ଅଭ୍ୟାସ ଜାରି ରଖି ଏହି ସଫଳତ ପ୍ରାପ୍ତ କରି ପାରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲାର କ୍ରୀଡ଼ା ପ୍ରେମୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ