ଓଡ଼ିଶାର ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଂଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କଲେ କେନ୍ଦ୍ର ସରକାର
ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ୨୦୨୫-୨୬ ଆର୍ôଥକ ବର୍ଷ ଲାଗି ଓଡ଼ିଶାର ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଂଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଂଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ ପଂଚାୟତ (ପ
ଓଡ଼ିଶାର ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଂଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କଲେ କେନ୍ଦ୍ର ସରକାର


ଭୁବନେଶ୍ୱର,୦୩ ନଭେମ୍ବର (ହି.ସ.) - ୨୦୨୫-୨୬ ଆର୍ôଥକ ବର୍ଷ ଲାଗି ଓଡ଼ିଶାର ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଂଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଂଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ ପଂଚାୟତ (ପଂଚାୟତ ସମିତି) ଏବଂ ୬,୭୩୪ଟି ଯୋଗ୍ୟ ଗ୍ରାମ ପଂଚାୟତକୁ ଦ୍ୱିତୀୟ କିସ୍ତି ମୁକ୍ତ ଅନୁଦାନ ଆକାରରେ ୩୪୨ କୋଟି ୫୯ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ, ୨୦୨୫–୨୬ ଆର୍ôଥକ ବର୍ଷ ପାଇଁ ପ୍ରଥମ କିସ୍ତି ମୁକ୍ତ ଅନୁଦାନର ସ୍ଥଗିତ ଅଂଶ ଆକାରରେ ୧୦୧ କୋଟି ୭୮ ଲକ୍ଷ ୧୫ ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ଏହି ଅର୍ଥ ୨୦ଟି ଯୋଗ୍ୟ ଜିଲ୍ଲା ପରିଷଦ, ୨୩୩ଟି ଯୋଗ୍ୟ ପଂଚାୟତ ସମିତି ଏବଂ ୬୪୯ଟି ଯୋଗ୍ୟ ଗ୍ରାମ ପଂଚାୟତକୁ ପ୍ରଦାନ କରାଯାଇଛି।

ଭାରତ ସରକାର, ପଂଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଏବଂ ପରିମଳ ବିଭାଗ) ମାଧ୍ୟମରେ, ପଂଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟଗୁଡ଼ିକୁ ପଂଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଥା’ନ୍ତି। ଅର୍ଥ ମନ୍ତ୍ରଣାଳୟ ପରବର୍ତୀ ସମୟରେ ପ୍ରତି ଆର୍ôଥକ ବର୍ଷରେ ଦୁଇଟି କିସ୍ତିରେ ଏହି ଅନୁଦାନ ପ୍ରଦାନ କରିଥାଏ।

ଦରମା ଏବଂ ପ୍ରତିଷ୍ଠାନ ଖର୍ଚ୍ଚକୁ ବାଦ ଦେଇ ଏକାଦଶ ସୂଚୀରେ ତାଲିକାଭୁକ୍ତ ୨୯ ବିଷୟ ଅଧୀନରେ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ ପଂଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଏହି ଅନଟାଏଡ୍ ଗ୍ରାଂଟ ବା ମୁକ୍ତ ଅନୁଦାନକୁ ଖର୍ଚ୍ଚ କରିପାରିବେ । ଅନ୍ୟପକ୍ଷରେ ଟାଏଡ୍ ଗ୍ରାଂଟ ବା ବନ୍ଧିତ ଅନୁଦାନକୁ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଓଡିଏଫ୍ ସ୍ଥିତିର ରକ୍ଷଣାବେକ୍ଷଣ ଭଳି ଅତ୍ୟାବଶ୍ୟକ ସେବା ସହିତ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ ଏବଂ ଜଳ ପୁନଃଚକ୍ରଣ ପାଇଁ ବ୍ୟବହାର କରାଯାଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande