ଜୟପୁର, ୨୫ ଏପ୍ରିଲ୍ (ହି.ସ.) - ଜୟପୁର ବ୍ରହ୍ମାସାହି ନିକଟ ମସଜିଦରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତି ନିଆଯାଇଥିଲା । ସେହି ନିଷ୍ପତି ଅନୁଯାଇ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ହିନ୍ଦୁସ୍ଥାନ ଜିନ୍ଦାବାଦ ପାକିସ୍ଥାନ ମୁର୍ଦାବାଦ ନାରା ଦେଇଥିଲେ । ପହଲଗାଁଓ (କାଶ୍ମୀର) ରେ ନିରିହ ପଯ୍ୟଟକଙ୍କ ଉପରେ ହୋଇଥିବା ନିଷ୍ଟୁର ଆତଙ୍କବାଦୀ ଆକ୍ରମଣ ଦେଶବାସୀକୁ କ୍ଷୁବ୍ଧ କରିଛି । ଏହି ଘଟଣା ଯୋଗୁଁ ଜୟପୁରର ମୁସଲିମ ମାନେ ଅତ୍ୟନ୍ତ ଦୁଃଖିତ ଓ ଚକିତ । ଏହି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖ ଓ ମୃତକଙ୍କ ଆତ୍ମା ପ୍ରତି ଗଭିତ ଶ୍ରଦ୍ଧାଂଚଳି ଜ୍ଞାପନ କରିଛନ୍ତି । କେନ୍ଦ୍ର ସରକାର ଆତଙ୍କବାଦୀଙ୍କ ଉପରେ ଯେ କୌଣସି କଠୋର ପଦକ୍ଷେପ ନେଲେ ଆମେ ସମର୍ଥନ କରିବୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମେ ଅଛୁ । ଆକ୍ରମଣର ଶିକାର ହୋଇଥିବା ପଯ୍ୟଟକ ଓ ତାଙ୍କ ପରିବାର ପ୍ରତି ଆମେ ଗଭିର ସବବେଦନା ଜଣାଇଛନ୍ତି ବୋଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ରର ନକଲ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଥିବା ବିଷୟ ମୁସ୍ଥାଫା ବେଗ, ମହମ୍ମଦ ଇଶାକ ଆକବର ବେଗ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପିକେପି