ରାଜଦୂତ ଶଙ୍କର ଶର୍ମାଙ୍କୁ ଭେଟିଲେ ଡ.ଜୟଶଙ୍କର, ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନେପାଳୀ ଯୁବକଙ୍କ ପ୍ରତି ଜଣାଇଲେ ସମବେଦନା
Bhubneshwar, 26 ଏପ୍ରିଲ୍ (ହି.ସ.) କାଠମାଣ୍ଡୁ- ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ଦିଲ୍ଲୀରେ ନେପାଳର ରାଜଦୂତ ଡ.ଶଙ୍କର ଶର୍ମାଙ୍କୁ ଡାକି ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନେପାଳୀ ଯୁବକଙ୍କ ପ୍ରତି ତାଙ୍କ ଗଭୀର ସମବେଦନା ଜଣାଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ର
ରାଜଦୂତ ଶଙ୍କର ଶର୍ମାଙ୍କୁ ଭେଟିଲେ ଡ.ଜୟଶଙ୍କର, ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା     ନେପାଳୀ ଯୁବକଙ୍କ ପ୍ରତି ଜଣାଇଲେ ସମବେଦନା


Bhubneshwar, 26 ଏପ୍ରିଲ୍ (ହି.ସ.)

କାଠମାଣ୍ଡୁ- ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ଦିଲ୍ଲୀରେ ନେପାଳର ରାଜଦୂତ ଡ.ଶଙ୍କର

ଶର୍ମାଙ୍କୁ ଡାକି ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନେପାଳୀ ଯୁବକଙ୍କ ପ୍ରତି ତାଙ୍କ

ଗଭୀର ସମବେଦନା ଜଣାଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ

ନେଇ ବିଭିନ୍ନ ଦେଶର ରାଜଦୂତଙ୍କୁ ଭେଟିବା କ୍ରମରେ ଡ.ଜୟଶଙ୍କର ନେପାଳର ରାଜଦୂତ ଡ.ଶର୍ମାଙ୍କୁ

ଭେଟିଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଏହି ସାକ୍ଷାତ ସମୟରେ

ଜୟଶଙ୍କର ପହଳଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ନେପାଳୀ ନାଗରିକ ସୁଦୀପ ନ୍ୟୋପାନେଙ୍କ

ପ୍ରତି ଦୁଃଖ ପ୍ରକାଶ କରି ସମବେଦନା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande