ଗ୍ୟାଙ୍ଗଟକ, 26 ଏପ୍ରିଲ୍ (ହି.ସ.)- କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଶୁକ୍ରବାର ରାତିରେ ସିକ୍କିମରେ ପହଂଚିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗ୍ୟାଙ୍ଗଟକର ରାଜଭବନରେ ପହଂଚିବା ପରେ ରାଜଭବନର କମିଶନର ଏବଂ ସଚିବ ଓ
ରାଜଭବନର ଅଧିକାରୀମାନେ ସ୍ୱାଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏପ୍ରିଲ 25ରୁ 27
ଯାଏ ସିକ୍କିମର ଔପଚାରିକ ଗସ୍ତରେ ଅଛନ୍ତି । ସେ ରାଜଧାନୀରେ ଆୟୋଜିତ ହେବାକୁ ଥିବା
ପୂର୍ବୋତ୍ତର କ୍ଷେତ୍ରରେ ଶକ୍ତିମନ୍ତ୍ରୀର ସମ୍ମିଳନୀରେ ଭାଗ ନେବା ପାଇଁ ସିକ୍କିମ ଆସିଛନ୍ତି ।
ତାଙ୍କ ସହ ମିଜୋରାମ, ତ୍ରିପୁରା, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ଶକ୍ତିମନ୍ତ୍ରୀ ବି ସିକ୍କିମ
ଆସିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା