ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାଷା ବିଦ୍ୟାର୍ଥୀଙ୍କ ପାଇଁ ୫ ଦିନିଆ ଗବେଷଣା ପଦ୍ଧତି କର୍ମଶାଳାର ଶୁଭାରମ୍ଭ
ଜୟପୁର, ୭ ଅପ୍ରେଲ (ହି.ସ.)- ଭାଷା ଅଧ୍ୟୟନ କ୍ଷେତ୍ରରେ କଠୋର ଓ ଅର୍ଥପୂର୍ଣ୍ଣ ଗବେଷଣା ପାଇଁ ଗବେଷକ ମାନଙ୍କୁ ଅତ୍ୟାବଶ୍ୟକ ଜ୍ଞାନ ଓ କୌଶଳ ରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ରେ ଗବେଷଣା ପଦ୍ଧତି ଉପରେ ଏକ ପାଞ୍ଚ ଦିନିଆ କର୍ମଶାଳା ସୋମବାର ୭ ଅପ୍ରିଲ ୨୦୨୫ ତ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାଷା ବିଦ୍ୟାର୍ଥୀଙ୍କ ପାଇଁ ୫ ଦିନିଆ ଗବେଷଣା ପଦ୍ଧତି କର୍ମଶାଳାର ଶୁଭାରମ୍ଭ


ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାଷା ବିଦ୍ୟାର୍ଥୀଙ୍କ ପାଇଁ ୫ ଦିନିଆ ଗବେଷଣା ପଦ୍ଧତି କର୍ମଶାଳାର ଶୁଭାରମ୍ଭ


ଜୟପୁର, ୭ ଅପ୍ରେଲ (ହି.ସ.)- ଭାଷା ଅଧ୍ୟୟନ କ୍ଷେତ୍ରରେ କଠୋର ଓ ଅର୍ଥପୂର୍ଣ୍ଣ ଗବେଷଣା ପାଇଁ ଗବେଷକ ମାନଙ୍କୁ ଅତ୍ୟାବଶ୍ୟକ ଜ୍ଞାନ ଓ କୌଶଳ ରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ରେ ଗବେଷଣା ପଦ୍ଧତି ଉପରେ ଏକ ପାଞ୍ଚ ଦିନିଆ କର୍ମଶାଳା ସୋମବାର ୭ ଅପ୍ରିଲ ୨୦୨୫ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଉଭୟ ଗୁଣାତ୍ମକ ଓ ମାତ୍ରାତ୍ମକ ଗବେଷଣା ପଦ୍ଧତିକୁ ନେଇ ସିୟୁଓର ସ୍କୁଲ ଅଫ୍ ଲାଙ୍ଗୁଏଜ୍ (ଭାଷା ସମୂହ ବିଦ୍ୟାପୀଠ) ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଉଛି।

ଏହି କର୍ମଶାଳାକୁ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ଭାଷା ସମୂହ ବିଦ୍ୟାପୀଠର ଡିନ୍ ପ୍ରଫେସର ନରସିଂହ ଚରଣ ପଣ୍ଡା ଉଦ୍ ଘାଟନ କରିଥିଲେ। ପଶ୍ଚିମବଙ୍ଗର ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ର ସଂସ୍କୃତ ବିଭାଗର ଅବସରପ୍ରାପ୍ତ ପ୍ରଫେସର ପ୍ରଫେସର ଅରୁଣ ରଞ୍ଜନ ମିଶ୍ରଙ୍କ ଗବେଷଣା ପଦ୍ଧତି ସମ୍ବଳ ବିଶେଷଜ୍ଞ ଭାବରେ ଉପସ୍ଥିତ ଥିଲେ । ଉଦ୍ ଘାଟନୀ ଅଧିବେଶନରେ ଓଡ଼ିଆ, ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ବିଭାଗର ଅଧ୍ୟାପକ ଓ ଗବେଷକମାନେ ଯୋଗ ଦେଇଥିଲେ। ଏହି କର୍ମଶାଳା ୧୧ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଚାଲିବ ।

ପ୍ରଫେସର ପଣ୍ଡା ତାଙ୍କ ଅଭିଭାଷଣରେ ଜାତୀୟ ଶିକ୍ଷାନୀତି ୨୦୨୦ ପରିପ୍ରେକ୍ଷୀରେ ଏହି କର୍ମଶାଳାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନଙ୍କୁ ଗବେଷଣା ପରିଚାଳନା ପାଇଁ ଏକ ଶୃଙ୍ଖଳିତ ଏବଂ ଯୁକ୍ତିଯୁକ୍ତ ଢାଞ୍ଚା ପ୍ରଦାନ କରିବା, ନିର୍ଦ୍ଦିଷ୍ଟ ଗବେଷଣା ପ୍ରଶ୍ନଗୁଡିକର ସମାଧାନ ପାଇଁ ଚୟନ କରାଯାଇଥିବା ପଦ୍ଧତିଗୁଡିକ ଉପଯୁକ୍ତ ବୋଲି ସୁନିଶ୍ଚିତ କରିବା । ସେ ଗବେଷକମାନଙ୍କୁ ବିଭିନ୍ନ ଗବେଷଣା କୌଶଳ ସହିତ ସକ୍ରିୟ ଭାବରେ ଜଡ଼ିତ ହେବାକୁ ଏବଂ ସେମାନଙ୍କ ଶିକ୍ଷାଗତ କାର୍ଯ୍ୟରେ ଅର୍ଥପୂର୍ଣ୍ଣ ଭାବରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ ।

ପ୍ରଫେସର ମିଶ୍ର ଗବେଷଣା ପଦ୍ଧତିର ମୌଳିକ ତାତ୍ପର୍ଯ୍ୟ ଉପସ୍ଥାପନ କରି ଏହାର ସଂଜ୍ଞା, ପରିସର ଓ ପ୍ରୟୋଗ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ଉଦାହରଣ ମାଧ୍ୟମରେ, ସେ ବର୍ଣ୍ଣନା କରିଥିଲେ ଯେ ପଦ୍ଧତି କିପରି ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ବ୍ୟାଖ୍ୟା କରିବା ପାଇଁ ଏକ ଗଠନମୂଳକ ପ୍ରକ୍ରିୟା ଭାବରେ କାର୍ଯ୍ୟ କରେ, ଯାହା ଗବେଷକ ମାନଙ୍କୁ ସେମାନଙ୍କର ଗବେଷଣା ଉଦ୍ଦେଶ୍ୟକୁ ପ୍ରଭାବଶାଳୀ ଭାବରେ ପୂରଣ କରିବାରେ ସାହାଯ୍ୟ କରେ । ଆଗାମୀ ଦିନରେ ଅଧିବେଶନର ଭରପୂର ଫାଇଦା ଉଠାଇବାକୁ ସେ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ।

ଏହି କର୍ମଶାଳାକୁ ଡ. ରଘୁନାଥ ଓଝା (ଓଡ଼ିଆ), ଡ. ଦେବାଶିଷ କର୍ମାକର (ସଂସ୍କୃତ), ଡ. ମନୋଜ କୁମାର ସିଂହ (ହିନ୍ଦୀ) ଓ ଡ. ପ୍ରେସେନଜିତ୍ ସିହ୍ନା (ଇଂରାଜୀ) ସଂଯୋଜନା କରିଥିଲେ । ଉଦ୍ ଘାଟନୀ ଉତ୍ସବରେ ଅଧ୍ୟାପକ, ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ, ଡ. ଫଗୁନାଥ ଭୋଇ, ଛାତ୍ରଛାତ୍ରୀ ଓ ଗବେଷକମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande