ସମୁହ ଛୁଟିରେ ଗଲେ ଯୋଗାଣ ସହାୟକ
ଜୟପୁର, ୭ ଏପ୍ରିଲ୍ (ହି.ସ.) - ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ଗତ ଶନିବାର ଠାରୁ ଯୋଗାଣ ସହାୟକ ମାନେ ସମୁହ ଛୁଟିରେ ଯାଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ଯୋଗାଣ ସହାୟକ ଛୁଟିରେ ଯାଇଛନ୍ତି। ଆଜି ଉପଜିଲ୍ଲାପାଳଙ୍କ ଅନୁପସ୍ଥ
ସମୁହ ଛୁଟିରେ ଗଲେ ଯୋଗାଣ ସହାୟକ


ଜୟପୁର, ୭ ଏପ୍ରିଲ୍ (ହି.ସ.) - ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ଗତ ଶନିବାର ଠାରୁ ଯୋଗାଣ ସହାୟକ ମାନେ ସମୁହ ଛୁଟିରେ ଯାଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ଯୋଗାଣ ସହାୟକ ଛୁଟିରେ ଯାଇଛନ୍ତି। ଆଜି ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସନିଆ ନାୟକଙ୍କୁ ସପ୍ସଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହା ପରେ ପିଡିଏସ ସାମଗ୍ରୀ ବଂଟନ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ହିତାଧିକାରୀ ମାନେ ପିଡିଏସ ସାମଗ୍ରୀ ପାଇଁ ହଇରାଣ ହୋଇପାରନ୍ତି। ଦୀର୍ଘ ଦିନ ହେବ ଯୋଗାଣ ସହାୟକ ମାନେ ନିଜ ହକ ପାଇବାରୁ ବଂଚିତ ଥିବାରୁ ସପ୍ସଘ ଏଭଳି ନିଷ୍ପତି ନେଇଥିବା କୋରାପୁଟ ଜିଲ୍ଲା ସଭାପତି ଡି. ସନ୍ତୋଷ କୁମାର ପ୍ରକାଶ କରିଛନ୍ତି। ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶନିବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୂଜ ଛୁଟିରେ ରହିବେ। ୧୪ ଏପ୍ରିଲ ସୁଦ୍ଧା ଯଦି ସରକାର ଏମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଧାରା ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ସଂଘର କର୍ମକର୍ତା। ୨୦୧୨ ରୁ ଯୋଗାଣ ସହାୟକ ମାନେ ସ୍ୱଳ୍ପ ପାରିଶ୍ରମିକ ମିଳୁଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଥିବା ସେମାନେ କହିଛନ୍ତି। ପୂର୍ବ ସରକାର ସମୟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ଦାବିକୁ ପୂର୍ବ ସରକାର ପୂରଣ କରି ନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଯୋଗାଣ ସହାୟକ ନିଯୁକ୍ତ ହୋଇଥିବା ପଂଚାୟତରେ ପିଡିଏସ ସାମଗ୍ରୀ ବଂଟନ ପୁରା ଠପ ହୋଇଯିବା ଆଶଙ୍କା ଦେଖାଦେଇଛି। ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ଓଡିଶା ରାଜ୍ୟ ଯୋଗାଣ ସହାୟକ ସପ୍ସଘ ଆନ୍ଦୋଳନକୁ ଓହ୍ଲାଇଛି। ଆଜି ଦାବୀପତ୍ର ପ୍ରଦାନ ସମୟରେ ସଂଘର ଉପ ସଭାପତି ଚନ୍ଦନ ନାୟକ, ସପ୍ସପାଦକ ପ୍ରଶାନ୍ତ ପଣ୍‌ତାଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande