ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି
ଜୟପୁର, ୭ ଏପ୍ରିଲ୍ (ହି.ସ.) - ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବଡଖବରର ପ୍ରତିନିଧି ଲିନୁ ନାୟକ ଓ ତାଙ୍କ କ୍ୟାମେରାମ୍ୟାନ ଶିବ କିଶୋର ପଲେଇ ଖବର ସପ୍ସଗ୍ରହ କରୁଥିବା ବେଳେ ନିଜକୁ ସେବାୟତ କହୁଥିବା ବ୍ୟକ୍ତି ମାନେ ପ୍ରତିନିଧିଙ୍କୁ ମାଡ ମାରିଥିଲେ। ଏପରିକି ସୁଟିପ୍ସ କରାଯାଇଥିବା କ୍ୟାମେରା ଓ ଉଭୟଙ୍କ ମୋ
ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି


ଜୟପୁର, ୭ ଏପ୍ରିଲ୍ (ହି.ସ.) - ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବଡଖବରର ପ୍ରତିନିଧି ଲିନୁ ନାୟକ ଓ ତାଙ୍କ କ୍ୟାମେରାମ୍ୟାନ ଶିବ କିଶୋର ପଲେଇ ଖବର ସପ୍ସଗ୍ରହ କରୁଥିବା ବେଳେ ନିଜକୁ ସେବାୟତ କହୁଥିବା ବ୍ୟକ୍ତି ମାନେ ପ୍ରତିନିଧିଙ୍କୁ ମାଡ ମାରିଥିଲେ। ଏପରିକି ସୁଟିପ୍ସ କରାଯାଇଥିବା କ୍ୟାମେରା ଓ ଉଭୟଙ୍କ ମୋବାଇଲ ଫୋନକୁ ମଧ୍ୟ ସେବାୟତ ମାନେ ଛଡାଇ ନେଇଯାଇଥିଲେ। ଜଣେ ମହିଳା ସାମ୍ବାଦିକଙ୍କୁ ଏକାଧିକ ସେବାୟତ ମିଳିମିଶି ମାଡ ମାରିବା, ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ଏବଂ ଫଟୋ ସମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିବା ଘଟଣାରେ ସପ୍ସପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଏସୟୁଜେ କୋରାପୁଟ ଜିଲ୍ଲା ଶାଖା ଓ କୋରାପୁଟ୍ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନିଷ୍ଠାର ସହ ନିଜର କର୍ତବ୍ୟ ସପ୍ସପାଦନା କରୁଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ରାଜ୍ୟ ର ବିଭିନ୍ନ ଅଂଚଳରେ ନିୟମିତ ଭାବେ ଆକ୍ରମଣ ହେଉଥିବା ଯୋଗୁଁ ସାମ୍ବାଦିକ ମାନେ ସ୍ୱାଧୀନ ଭାବେ କାମ କରିବା କଷ୍ଟକର ହୋଇ ପଡିଛି। ଏପରି ସ୍ଥଳେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ତରୁଣ କୁମାର ମହାପାତ୍ର, ଯୁଗ୍ମ ସପ୍ସପାଦକ ଗଜେନ୍ଦ୍ର ସାହୁ, ଉପଦେଷ୍ଠା ନୃସିପ୍ସହ ଚୌଧୁରୀ,ଏସ. ଭେଙ୍କଟ୍ ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande