ମଠସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧ ବଂଟନ ଦିବସ
ଭଦ୍ରକ, ୭ ଅପ୍ରେଲ (ହି.ସ.) - ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ସମଗ୍ର ରାଜ୍ୟରେ ବର୍ଣ୍ଣବୋଧ ଦିବସ ପାଳିତ ହେଉଛି। ସରକାରଙ୍କ ପକ୍ଷରୁ ଯେଉଁ ଓଡ଼ିଆ ପକ୍ଷ ଏପ୍ରିଲ ୧ରୁ ୧୪ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି, ତାହାର ସପ୍ତମ ଦିନରେ ବର୍ଣ୍ଣବୋଧ ଦିବସ ସମସ୍ତ ବିଦ୍ୟ
MATHASAHI SCHOOL BARNOBADHA BANTAN


ଭଦ୍ରକ, ୭ ଅପ୍ରେଲ (ହି.ସ.) - ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ସମଗ୍ର ରାଜ୍ୟରେ ବର୍ଣ୍ଣବୋଧ ଦିବସ ପାଳିତ ହେଉଛି। ସରକାରଙ୍କ ପକ୍ଷରୁ ଯେଉଁ ଓଡ଼ିଆ ପକ୍ଷ ଏପ୍ରିଲ ୧ରୁ ୧୪ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି, ତାହାର ସପ୍ତମ ଦିନରେ ବର୍ଣ୍ଣବୋଧ ଦିବସ ସମସ୍ତ ବିଦ୍ୟାଳୟରେ ପାଳିତ ହେଉଛି।ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ପୌରାଂଚଳ ମଠସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦଶଟି କ୍ଲଷ୍ଟର ଛାତ୍ର ଛାତ୍ରୀଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଂଟନ କରାଯାଇଛି।ଏହି ଦିବସ ପାଳନ ଓ ବଂଟନର ଉଦ୍ୟେଶ ହେଉଛି ସେମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ରୁଚି ଓ ସମ୍ମାନ ବଢାଇବା ଏବଂ ସେମାନଙ୍କର ଶୈକ୍ଷିକ ବ୍ୟବସ୍ଥା କୁ ସୁଦୃଢ କରିବା।ଏହି ବର୍ଣ୍ଣବୋଧ ମାଧ୍ୟମରେ ପିଲାମାନଙ୍କ ଓଡ଼ିଆ ଜ୍ଞାନ ନିଶ୍ଚିତ ସୁଦୃଢ ହେବ।ଓଡ଼ିଆ ଭାଷା ପ୍ରତି ଅନୁରାଗ ଓ ସମ୍ମାନ ବଢିବ।ମାତୃଭାଷା ପ୍ରତି ଯତ୍ନବାନ ହୋଇ ମା ଓ ଜନ୍ମ ମାଟି କୁ ଭଲ ପାଇବେ। ସରକାରଙ୍କ ସୂଚିନ୍ତିତ ଓ ସ୍ୱାଗତ ଯୋଗ୍ୟ ଏହି ପଦକ୍ଷେପ, ନିଶ୍ଚିତ ଭାବେ ଫଳପ୍ରସୂ ହେବ ବୋଲି ଏହି ଦିବସକୁ ଉଦଘାଟନ କରି ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତ ରାଏ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବର୍ଣ୍ଣବୋଧ ପୁସ୍ତିକା ବଂଟନ କରି ନିଜ ଉଦବୋଧନୀରେ କହିଛନ୍ତି।ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ରାଣୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉପଜିଲ୍ଲାପାଳ କାର୍ତିକ ଚନ୍ଦ୍ର ମଣ୍ଡଳ, ସଂସ୍କୃତି ଅଧିକାରୀ ତନୁଜା ସର୍କିା, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ସଂସ୍କୃତି ଅଧିକାରିଣୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ, ବିଶ୍ୱନାଥ ନାୟକ, ଜିଲ୍ଲା ବିଜ୍ଞାନ ପରିଚାଳକ ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ, ସିଆରସିସି ରଚନା ପାଲ, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡା, ଗୋପାଳଜୀଉ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୈତାରୀ ଦୀକ୍ଷିତ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ସମୀର କୁମାର ଜେନା, ବୀଣାପାଣି ନାୟକ, ସଂଯୁକ୍ତା ନାୟକ, ସଞ୍ଜୁଲତା ନାୟକ, ଉର୍ମିଳା ସାହୁ, ଶାନ୍ତିଲତା ତିଆଡ଼ି, ଅହଲ୍ୟା ଖଟୁଆ, ସୁନୀତି ଦାଶ, ରଶ୍ମିରଂଜିତା ଦ୍ୱିବେଦୀ, ଶେଖ ମତିଉର ରହେମାନ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଉତରାଏ ପିଲାମାନଙ୍କ ଦ୍ୱାରା ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରି ସେମାନଙ୍କୁ ପ୍ରଶଂସା କରିଥିଲେ। ଶେଷରେ ଶିକ୍ଷକ ସମୀର ଜେନା ଧନ୍ୟବାଦ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande