ନୂଆଦିଲ୍ଲୀ, 7 ଏପ୍ରିଲ୍ (ହି.ସ.)- ଦୁବାଇର କ୍ରାଉନ ପ୍ରିନ୍ସ ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ
ଶେଖ୍ ହମଦାନ ବିନ୍ ମହମ୍ମଦ ଅଲ ମକତୁମ ଏପ୍ରିଲ 8-9ରେ ଭାରତ ଯାତ୍ରାରେ ଆସିବେ । ଦୁବାଇର
କ୍ରାଉନ ପ୍ରିନ୍ସ ଭାବେ ଏହା ଭାରତକୁ ତାଙ୍କର ପ୍ରଥମ ଔପଚାରିକ ଯାତ୍ରା ହେବ । ତାଙ୍କ ସହ ଅନେକ
ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଓ ଏକ ଉଚ୍ଚସ୍ତରୀୟ ବ୍ୟାପାର ପ୍ରତିନିଧିମଣ୍ଡଳ ବି ରହିବେ
।
ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଏପ୍ରିଲ 8ରେ ପ୍ରଧାନମନ୍ତ୍ରୀ କ୍ରାଇନ ପ୍ରିନ୍ସଙ୍କ ପାଇଁ
ଏକ ଦ୍ୱିପ୍ରହର ଭୋଜନର ଆୟୋଜନ କରିବେ । କ୍ରାଉନ ପ୍ରିନ୍ସ, ବୈଦେଶିକ ମନ୍ତ୍ରୀ ଡ. ଏସ
ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା