ନର୍ସିଂ କେବଳ ଆଦର୍ଶ ବୃତି ନୁହେଁ ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବଦ୍ଧତା – ରାଜ୍ୟପାଳ
ଭୁବନେଶ୍ୱର, 7 ଏପ୍ରିଲ୍ (ହି.ସ.) - ନର୍ସିଂ କେବଳ ଏକ ଆଦର୍ଶ ବୃତି ନୁହେଁ, ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବଦ୍ଧତା ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ସୋମବାର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିର୍ସଚ ସେଂଟର ଅଡିଟୋରିୟମଠାରେ କଳିଙ୍ଗ ନର
ନର୍ସିଂ କେବଳ ଆଦର୍ଶ ବୃତି ନୁହେଁ ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବଦ୍ଧତା – ରାଜ୍ୟପାଳ


ଭୁବନେଶ୍ୱର, 7 ଏପ୍ରିଲ୍ (ହି.ସ.) - ନର୍ସିଂ କେବଳ ଏକ ଆଦର୍ଶ ବୃତି ନୁହେଁ, ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବଦ୍ଧତା ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ସୋମବାର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିର୍ସଚ ସେଂଟର ଅଡିଟୋରିୟମଠାରେ କଳିଙ୍ଗ ନର୍ସିଂ କଲେଜର ଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଉତ୍ସବରେ ରାଜ୍ୟପାଳ ଉଦ୍‌ବୋଧନ ଦେଇ କହିଥିଲେ ଯେ ଦୀପ ପ୍ରଜ୍ଜ୍ୱଳନ ସମାରୋହ ଗଭୀର ପ୍ରତୀକାତ୍ମକ ଏବଂ ଏହା ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ୍ ନାଇଟିଙ୍ଗେଲଙ୍କୁ ସ୍ମରଣ କରିବାର ଅବସର ଆଣେ ଓ ଏହା ପୀଢ଼ି ପୀଢ଼ିକୁ ପ୍ରେରଣ ଦେଇ ଆସୁଛି। ଦୀପ ପ୍ରଜ୍ଜ୍ୱଳନ ଜ୍ଞାନର ପ୍ରସାରଣ, ଜୀବନବ୍ୟାପୀ ଶିକ୍ଷାର ଆରମ୍ଭ ଏବଂ ରୋଗୀ ଯତ୍ନର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ ଗମ୍ଭୀର ପ୍ରତିଜ୍ଞାର ପ୍ରତୀକ। ନର୍ସିଂ ଏକ ବୃତି ନୁହେଁ, ଏହା ଏକ ଆହ୍ୱାନ। ଏହା କେବଳ ବିଜ୍ଞାନ ଭିତିକ ଜ୍ଞାନ ଏବଂ କ୍ଲିନିକାଲ୍ ଦକ୍ଷତା ନୁହେଁ, ଏହା ମାନବିକ ସ୍ପର୍ଶ-ସହାନୁଭୂତି, ଧୈର୍ଯ୍ୟର ବୃତି। ନର୍ସିଂ ବୃତିଧାରୀମାନେ ସାଧାରଣତଃ ପ୍ରଥମେ ରୋଗୀଙ୍କ ପାଖରେ ପହଂଚନ୍ତି ଏବଂ ଚିକିତ୍ସା ଶେଷ ପର୍ଯ୍ୟନ୍ତ ରୁହନ୍ତି । ସେମାନେ ଦୁଃଖରେ ସାନ୍ତ୍ୱନା ଏବଂ ହତାଶରେ ଆଶା ଆଣନ୍ତି ବୋଲି ରାଜ୍ୟପାଳ କହିଥିଲେ। ଏପରି ଉତ୍ସର୍ଗୀକୃତ ନର୍ସିଂ ବୃତିଧାରୀମାନଙ୍କୁ ଗଢ଼ିବା, ନୈତିକ ମୂଲ୍ୟବୋଧ ପ୍ରଦାନ କରିବା କ୍ଷେତ୍ରରେ କଳିଙ୍ଗ ହସ୍ପିଟାଲ ଓ କଳିଙ୍ଗ ନର୍ସିଂ କଲେଜର ପ୍ରଚେଷ୍ଟାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ନର୍ସିଂ ଛାତ୍ରଛାତ୍ରୀମାନେ ପରିଧାନ କରିଥିବା ଧଳା ପୋଷାକ ପବିତ୍ରତା, ବିଶ୍ୱାସ ଓ ପ୍ରତିବଦ୍ଧତାର ପ୍ରତୀକ। ଏଣୁ ସେମାନଙ୍କର ସେବା କରୁଣା ଓ ଉତ୍କର୍ଷତା ଦ୍ୱାରା ପ୍ରତିପାଦିତ ହେଉ ବୋଲି ରାଜ୍ୟପାଳ କହିଥିଲେ। ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଉତ୍ସର୍ଗୀକୃତ ନର୍ସଙ୍କ ଉପରେ ଅଧିକରୁ ଅଧିକ ନିର୍ଭର କରିବ, ଯେଉଁମାନେ ବୃତିକୁ ସହାନୁଭୂତିର ସହ ଆପଣେଇ ନିଷ୍ଠାର ସହ କାର୍ଯ୍ୟକରିବେ ବୋଲି ରାଜ୍ୟପାଳ କହିଥିଲେ। ପ୍ରାରମ୍ଭରେ କଳିଙ୍ଗ ହସ୍ପିଟାଲର ଟ୍ରଷ୍ଟି ଏସ୍‌.ସି.ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ବିଦ୍ୟା ଭବନର ଚେୟାରମ୍ୟାନ (ଭୁବନେଶ୍ୱର) ଜୟନ୍ତ କୁମାର ମହାନ୍ତି, ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନର ଅଧ୍ୟକ୍ଷ ଡ଼ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଓବିଜିର ଏଚ୍‌.ଓ.ଡି. ଡା. ସୁଜାତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande