ବଲାଙ୍ଗିର, ୭ ଅପ୍ରେଲ (ହି.ସ.)- ଗତକାଲି ରାମ ନବମୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଦିବସ ରାମ ନବମୀରେ ବଲାଙ୍ଗିର ରାମମୟ ହୋଇଛି। ଭୋର ୫ଟାରେ ରାମଙ୍କ ମଙ୍ଗଳ ଆଳତି ବାଳ ଭୋଗ ପରେ ଭକ୍ତଙ୍କ ପାଇଁ ଦ୍ଵାର ଫିଟା ହୋଇଥଲା। ବଡ଼ି ଭୋରରୁ ଦୈନିକ ବଜାରରେ ଥିବା ରାମ ଚରିତ ମାନସ ମନ୍ଦିର, ରାମଜୀ ପଡ଼ା ଶ୍ରୀରାମ ମନ୍ଦିର, ରୁଗୁଡ଼ି ପଡ଼ା , ମାଲପଡ଼ା ସ୍ଥିତ ରାମ ସ୍ବାମୀ ମନ୍ଦୀର ସବୁ ଠାରେ ଭକ୍ତ ଦର୍ଶନ ଓ ପୂଜନ ପାଇଁ ଭିଡ଼ ଲାଗି ରହିଥିଲା। ଦିନ ଏଗାରଟା ସମୟରେ ରାମ ମନ୍ଦିରରେ ପୂଜନ ହୋଇ ଶ୍ରୀ ରାମ ଚରିତ ମାନସ ମନ୍ଦିରରେ ଦିନ ୧୨ଟା ସମୟରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଗତକାଲି ସମସ୍ତ ହନୁମାନ, ବାଲାଜୀ, ବଜରଙ୍ଗ ବାଲିଙ୍କ ମନ୍ଦିର ଗୁଡିକରେ ବିଶେଷ ପୂଜା ହୋଇ ଥିବା ବେଳେ ସୁନ୍ଦରା କାଣ୍ଡ ପଠନ ହୋଇଥିଲା। ରାମଜୀ ପଡ଼ା ରାମ ମନ୍ଦିରର ଜଗନ୍ନାଥ ପଡ଼ା ଜଗନ୍ନାଥ ମନ୍ଦିର ଠାରେ ନବମୀ ଠାରୁ
ରାମଲୀଳା ଆରମ୍ଭ ହେବ, ଏଥିପାଇଁ ଏକ ବିରାଟ ଧାର୍ମିକ ଯାତ୍ରା ନଗର ପରିକ୍ରମା କରିଥିଲା। ଗୌରୀକ ପତାକା ମୟ ପତାକା ମୟ ନର ନାରୀ ଶୋଭାଯାତ୍ରାରେ ହନୁମାନ, ରାମ, ଲକ୍ଷ୍ମଣ, ସୀତା ଓ ରାମାୟଣର ଭିନ୍ନଭିନ୍ନ ଚରିତ୍ର ଶୋଭାଯାତ୍ରାରେ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ