ଭୁବନେଶ୍ୱର, 7 ଏପ୍ରିଲ୍ (ହି.ସ.) - ୱକଫ୍ ବିଲ୍ ଭୋଟିଂରୁ ବିରତ ରହିଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି ଯେ ବିଜେଡି ଆଉ ନାହିଁ, ଟପ ଟୁ ବଟମ ଭାଙ୍ଗି ଗଲାଣି।ବିଜେଡି ବିରୋଧୀ ଦଳର କର୍ତବ୍ୟ ପାଳନ କରୁନି। ଜଣେ ସାଂସଦ କହିଛନ୍ତି ଲୋକଙ୍କ ସ୍ୱାର୍ଥ ପାଇଁ ବିଲ ସପକ୍ଷରେ ଭୋଟ ଦେଲେନି। ଯଦି ବାରବାଟୀ-କଟକ ପାଇଁ ଦରଦ ଥାନ୍ତା, ବିଲ୍ ବିରୋଧରେ ଭୋଟ ଦେଇଥାନ୍ତେ। ଗୃହ ଭିତରେ ବିଲ ବିରୋଧରେ ଲଢେଇ କରିଥାନ୍ତେ। ଏବେ ବିଜେଡିର ଯେଉଁ ନେତା ମୁହଁ ଖୋଲୁଛନ୍ତି, ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ଟେଂଟ ବାନ୍ଧୁଥିଲେ। କିନ୍ତୁ କଂଗ୍ରେସ ଲଢ଼େଇ କରୁଛି, ଆଗକୁ ଆମ ଦଳ ରାଇଜ୍ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା