ଧର୍ମଶାଳା, ୭ ଅପ୍ରେଲ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଅଂଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଦୁଇ ଦିନ ବ୍ୟାପି ଶାନ୍ତିବଜାର ନିକଟସ୍ଥ ମିଡୋଜ କୋର୍ଟୟାର୍ଡ ମଣ୍ଡପରେ ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ପୁର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ୟଜ୍ରମରେ ଭାରତୀୟ ମାନବାଧିକାର କମିସନ ସଦସ୍ୟ ଜଷ୍ଟିସ ଡ. ବିଦ୍ୟୁୁତ ରଞ୍ଜନ ଷଢଙ୍ଗୀ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜ୍ଞାନପୀଠ ବିଜେତା ପ୍ରଖ୍ୟାତ ଔପନ୍ୟାସୀକା . ପଦ୍ମଭୁଷଣ ଡ. ପ୍ରତିଭା ଦରାୟ ଯୋଗଦେଇ ଦୀର୍ଘ ଦସନ୍ଧିଧରି ଗ୍ରାମାଂଚଳରେ ରହୁଥିବା ଲେଖକମାନଙ୍କ ଲେଖା ପ୍ରକାଶ କରି ଆସୁଥିବା ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତିଙ୍କୁ ଭୁୟସୀ ପ୍ରସଂଶା କରିଥିଲେ । ଏହିି ଅବସରରେ ଅତିଥିମାନେ ଗୋକର୍ଣ୍ଣିକା ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଶେଷରେ ପତ୍ରିକା ସମ୍ପାଦକ ଅମୃତରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ରୁଦ୍ରନାରାୟଣ ପୃଷ୍ଟିଙ୍କ ସଭାପତିତ୍ୱରେ ଅପରାହ୍ନରେ ଆୟୋଜିତ ଉଦଯାପନୀ ସମାରୋହରେ ପୁର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ବରେଣ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଯୋଗଦେଇ ସମାଜରେ ସାହିତ୍ୟିକମାନଙ୍କ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ଶତପଥୀ ଯୋଗଦେଇଥିଲେ । ଅନୁଷ୍ଠାନ ସାଧାରଣ ସମ୍ପାଦକ ସୁସାହିତ୍ୟିକ ମହେଶ୍ୱର ପାଢୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥବଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ୫୦ରୁ ଉର୍ଦ୍ଧ ସାହିତ୍ୟିକ, ସାମ୍ବାଦିକ ପ୍ରଶାନ୍ତ ଗନ୍ତାୟତ,ଗିରିଧାରୀ ବେହେରା,ଚିନ୍ମୟ ନାୟକ,ସୁବ୍ରତ କୁମାର ଜେନା,ବିକ୍ରମ ମହାନ୍ତିଙ୍କୁ ଗୋକର୍ଣ୍ଣିକା ସୁବର୍ଣ୍ଣ ଜୟନ୍ତୀ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ ପ୍ରାବନ୍ଧିକ ବୈକୁଂଠ ନାଥ ରଥ ସ୍ମୃତି ସମ୍ମାନ, ବଂଶୀଧର ଶତପଥୀ ସ୍ମୃତି ନାଟକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟିକାୟତ ସପ୍ତାର୍ଜିସ ଟ୍ରଷ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରତାପ ରୁଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ । ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିିକ, ବୁଦ୍ଧିଜୀବୀ ଓ ସମ୍ବାଦିକମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ