ବଲାଙ୍ଗିର, 11 ମେ (ହି.ସ.)
ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲା ଗ୍ରାମର ଧୋବେଇ ଚରଣ ଦାଶଙ୍କ ୧୦୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ନ୍ୟାୟବନ୍ତ, ଧର୍ମ ପରାୟଣ, ପରୋପକାରୀ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ବଡୁପୁଅ ତଥା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାଶ, ସାଧୁରାମ ଦାଶ ଓ ରାଜେନ୍ଦ୍ର କୁମାର ଦାଶ, ଜ୍ୟେଷ୍ଠପୁତ୍ର ଖୁସି ରାମ ଦାଶ, ମଧ୍ୟମ ପୁତ୍ର ଯୁଗଳ କିଶୋର ଦାଶ ଓ କନିଷ୍ଠ ପୁତ୍ର ହେମନ୍ତ କୁମାର ଦାଶ, ପୁତ୍ରବଧୂ ଆହ୍ଲାଦିନୀ, ପାର୍ବତୀ, ଶୋଭାଗିନୀ, ସୁକେସିନୀ ଓ ପୁଷ୍ପାଞ୍ଜଳି ଝିଅ ପାନ, ପୂର୍ଣ୍ଣମାସୀ ଓ ପ୍ରେମକାନ୍ତି, ଜ୍ୱାଇଁ ଗୋବିନ୍ଦ, ନାତି ମହେନ୍ଦ୍ର, ସୁରେନ୍ଦ୍ର, ସୁଶାନ୍ତ, ଫକୀର, ପିଙ୍କୁ, ସୋନୁ, କୁନମୁନ୍, ମୁନମୁନ୍, ଉତ୍ତର, କୈଳାସ, ଉଜଲ୍, ତଥା ନାତୁଣୀ ପିଙ୍କି, ଭାରତୀ, ଗୁଡଲି ଓ ଲଭଲି ନାତୁଣୀ ବଧୂ ମାମି, ଜୀବନୀ, କୁନି, ଟିଙ୍କି, ଲିକି ତଥା ଅଣନାତି ଓ ଅଣନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଜ୍ୟେଷ୍ଠପୁତ୍ର ଖୁସିରାମ ଦାଶ ମୁଖାଗ୍ନୀ ଦେଇଥିଲେ । ଶବାଧାରରେ ସମସ୍ତ ବନ୍ଧୁ ପରିଜନ ଓ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ । ଜଣେ ଶତାୟୁ ପୁରୁଷଙ୍କ ପରଲୋକ ଖବର ଜାଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ