ଭୁବନେଶ୍ୱର, 12 ମେ (ହି.ସ.)
- ପଣ୍ଡିତ ରଘୁନାଥ ମୁର୍ମୁଙ୍କ 120 ତମ ଜନ୍ମ ଜୟନ୍ତୀ ଓ ଅଲଚିକି ଲିପିର ଶତ ବାର୍ଷିକ କାର୍ଯ୍ୟକ୍ରମରେ
ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଧର୍ମିଣୀ । ଦାଣ୍ଡବୋଷ
ଏଆରଷ୍ଟ୍ରିପରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପୁଣ୍ୟସ୍ଥଳି ସାଧନା ପୀଠରେ ଆସି
ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାଧନା ପୀଠ
କାପିବୁରୁ ଠାରେ ମଧ୍ୟ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ । ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି
ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଧର୍ମିଣୀ ।
ତାଙ୍କ ସହିତ ପୁଣ୍ୟ ସମାଧି ପୀଠରେ ପୁଷ୍ପାଞ୍ଜଳି ଅର୍ପଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୁରଜ, ନଗର ଉନ୍ନୟନ ମନ୍ତ୍ରୀ
କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ଏବଂ
ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ,ମୟୂରଭଞ୍ଜ
ସାଂସଦ ନବ ଚରଣ ମାଝୀ,ରାଇରଙ୍ଗପୁର ବିଧାୟକ
ଜଲେନ୍ ନାଏକ,ସରସକଣା ବିଧାୟକ ଭାଦବ ହାଁସଦା, ବାଙ୍ଗରିପୋଷି ବିଧାୟିକା,ସମେତ
ବହୁ ମାନ୍ୟଗଣ୍ୟ ବ୍ୟକ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା