ଜେଏନୟୁ ପରେ, ଜାମିଆ ମିଲ୍ଲିଆ ଇସଲାମିଆ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଭାଙ୍ଗିଲା ସମ୍ପର୍କ
ନୂଆଦିଲ୍ଲୀ, ୧୫ ମଇ (ହି.ସ.)- ଦେଶରେ ତୁର୍କୀକୁ ବର୍ଜନ କରିବା ପାଇଁ ବଢ଼ୁଥିବା ଆହ୍ୱାନ ମଧ୍ୟରେ, ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମଧ୍ୟ ତୁର୍କୀର ଶିକ୍ଷାନୁଷ୍ଠାନ ସହିତ ସମସ୍ତ ଶିକ୍ଷାଗତ ସହଯୋଗକୁ ବନ୍ଦ କରିଦେଇଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି, ଜାମିଆ ମିଲ୍ଲିଆ ଇସଲାମିଆ, ନୂଆଦିଲ୍ଲୀ
ଜେଏନୟୁ ପରେ, ଜାମିଆ ମିଲ୍ଲିଆ ଇସଲାମିଆ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଭାଙ୍ଗିଲା ସମ୍ପର୍କ


ନୂଆଦିଲ୍ଲୀ, ୧୫ ମଇ (ହି.ସ.)- ଦେଶରେ ତୁର୍କୀକୁ ବର୍ଜନ କରିବା ପାଇଁ ବଢ଼ୁଥିବା ଆହ୍ୱାନ ମଧ୍ୟରେ, ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମଧ୍ୟ ତୁର୍କୀର ଶିକ୍ଷାନୁଷ୍ଠାନ ସହିତ ସମସ୍ତ ଶିକ୍ଷାଗତ ସହଯୋଗକୁ ବନ୍ଦ କରିଦେଇଛି।

ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି, ଜାମିଆ ମିଲ୍ଲିଆ ଇସଲାମିଆ, ନୂଆଦିଲ୍ଲୀ ଏବଂ ତୁର୍କୀ ଗଣରାଜ୍ୟ ସରକାରଙ୍କ ସହିତ ଜଡିତ ଯେକୌଣସି ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଯେକୌଣସି ବୁଝାମଣାପତ୍ର (ଏମ୍‌ୟୁ) ପରବର୍ତୀ ସୂଚନା ପର୍ଯ୍ୟନ୍ତ ତୁରନ୍ତ ପ୍ରଭାବରୁ ସ୍ଥଗିତ ରଖାଯାଇଛି। ଜାମିଆ ମିଲ୍ଲିଆ ଇସଲାମିଆ ରାଷ୍ଟ୍ର ସହିତ ଦୃଢ଼ ଭାବରେ ଠିଆ ହୋଇଛି,ଏହା ବିଶ୍ୱବିଦ୍ୟାଳୟ ଟ୍ୱିଟରରେ ପୋଷ୍ଟ କରିଛି।

ବିଶ୍ୱବିଦ୍ୟାଳୟର ପିଆରଓ ପ୍ରଫେସର ସାଇମା ସଇଦ ଏକ ବିବୃତିରେ କହିଛନ୍ତି ଯେ ଆମେ ତୁର୍କୀୟେ ସହିତ ଜଡିତ ସଂସ୍ଥାଗୁଡ଼ିକ ସହିତ ସମସ୍ତ ବୁଝାମଣାପତ୍ରକୁ ସ୍ଥଗିତ କରିଦେଇଛୁ। ଜାମିଆ ଦେଶ ଏବଂ ଭାରତ ସରକାରଙ୍କ ସହିତ ଛିଡ଼ା ହୋଇଛି।

ଏହା ଉଲ୍ଲେଖନୀୟ ଯେ ଗୋଟିଏ ଦିନ ପୂର୍ବରୁ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଶିକ୍ଷାଗତ ବୁଝାମଣା (ଏମୟୁ) ସ୍ଥଗିତ ରଖିବା ଘୋଷଣା କରିଥିଲା। ଜାତୀୟ ସୁରକ୍ଷା କାରଣରୁ ଏହି ନିଷ୍ପତି ନିଆଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande