ଇସଲମାବାଦ, 16 ମେ (ହି.ସ.)
- ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଗୁରୁବାର ଦିନ ଭାରତ ସହିତ ଆଲୋଚନା
ପାଇଁ ପ୍ରସ୍ତାବ ରଖିଛନ୍ତି ଏବଂ କହିଛନ୍ତି ଯେ, ପାକିସ୍ତାନ ଶାନ୍ତି
ସଂବାଦ ପାଇଁ ପ୍ରସ୍ତୁତ। ଏହି ବକ୍ତବ୍ୟ ସେ ପଂଜାବ ପ୍ରାନ୍ତରେ ଥିବା କାମରା ଏୟାରବେସ
ଗସ୍ତ ବେଳେ ଦେଇଛନ୍ତି, ଯେଉଁଠାରେ ସେ ସାମ୍ପ୍ରତିକରେ ଭାରତ ସହିତ
ହୋଇଥିବା ସେନା ସଂଘର୍ଷରେ ଅଂଶଗ୍ରହଣ କରିଥିବା ପାକିସ୍ତାନ ବାୟୁ ସେନାର ଅଧିକାରୀ ଓ ଯବାନମାନଙ୍କୁ
ଭେଟିଥିଲେ।
ଶରିଫ କହିଛନ୍ତି, ଆମେ ଭାରତ ସହିତ ଶାନ୍ତି ପାଇଁ
କଥାହେବାକୁ ପ୍ରସ୍ତୁତ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ସାକ୍ଷାତକାର ପାଇଁ
ଶାନ୍ତିର ସର୍ତ୍ତ ମଧ୍ୟରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଅନ୍ତର୍ଭୁକ୍ତ। ଅନ୍ୟପଟେ,
ଭାରତ
ସର୍ବଦା ଏହି କଥା ସ୍ପଷ୍ଟ କରିଆସୁଛି ଯେ, ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅଙ୍ଗ ଓ
ଅବିଚ୍ଛେଦ ଅଂଶ, ଏବଂ ଏହା ଉପରେ କୌଣସି ପ୍ରକାରର ଆଲୋଚନା ହେବାର ପ୍ରଶ୍ନ ଉଠୁ ନାହିଁ।
ପଡ଼ୋଶୀ ଦେଶ ସହିତ କେବଳ ଆତଙ୍କବାଦ ନେଇ ମାତ୍ର କଥାବାର୍ତ୍ତା ସମ୍ଭବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା