ନୂଆଦିଲ୍ଲୀ , 16 ମେ (ହି.ସ.) - ସିକ୍କିମ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ,ନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ, ସିକ୍କିମ୍ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସିକ୍କିମ୍
ବାସୀଙ୍କୁ ଅଭିନନ୍ଦନ! ଏହି ବର୍ଷ ଏହି ଅବସର ବେଶ୍ ସ୍ୱତନ୍ତ୍ର,
କାରଣ
ଆମେ ସିକ୍କିମ୍ର ରାଜ୍ୟତ୍ୱର ୫୦ତମ ବାର୍ଷିକୀ ପାଳନ କରୁଛୁ!
ସିକ୍କିମ୍ ଶାନ୍ତିମୟ ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ
ପରିଶ୍ରମୀ ଲୋକମାନେ ସହିତ ଜଡିତ ରହିଛି। ଏହି ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ
ଉନ୍ନତି କରିଛି। ଏହି ସୁନ୍ଦର ରାଜ୍ୟର ଜନତା ଏଭଳି ଭାବରେ ଉନ୍ନତି କରୁଥାଆନ୍ତୁ,
ଏହାହିଁ
କାମନା କରିଛନ୍ତି ପିଏମ ମୋଦି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା