ମସ୍କୋ, 16 ମେ (ହି.ସ.)
- ରୁଷର ସ୍ଥଳସେନା ପ୍ରମୁଖ ଜେନେରାଲ୍ ଓଲେଗ୍ ସାଲ୍ୟୁକୋଭ୍ଙ୍କୁ ତାଙ୍କର ପଦରୁ ବରଖାସ୍ତ
କରାଯାଇଛି। ୟୁକ୍ରେନ୍ ଓ ରୁଷ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାର ଅସ୍ଥିର ପରିସ୍ଥିତି ମଧ୍ୟରେ
ଏହି ନାଟକୀୟ ପରିବର୍ତ୍ତନ ଚର୍ଚ୍ଚିତ ହୋଇଛି, ଯାହା କେବଳ ରୁଷ ନୁହେଁ,
ବରଂ
ପଶ୍ଚିମ ଦେଶର ଗଣମାଧ୍ୟମ ମଧ୍ୟ ଗୁରୁତ୍ୱ ଦେଇଛି । ଦ ମସ୍କୋ ଟାଇମ୍ସର ଖବର ଅନୁଯାୟୀ,
ଓଲେଗ୍
ସାଲ୍ୟୁକୋଭ୍ ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ପୁରୁଣା ସହଯୋଗୀ। ସାଲ୍ୟୁକୋଭ୍ଙ୍କୁ ସ୍ଥଳସେନା
ପ୍ରମୁଖ ପଦରୁ ଅପସାରଣ କରିବାକୁ ପୁଟିନ ହିଁ ନିଷ୍ପତି ନେଇଛନ୍ତି। ପୁଟିନଙ୍କର ଏହି ନିଷ୍ପତ୍ତି
ଏପରି ଏକ ସମୟରେ ଆସିଛି, ଯେତେବେଳେ ରୁଷ ୟୁକ୍ରେନ୍ ଯୁଦ୍ଧ ଓ
ସେନା ରଣନୀତିକୁ ନେଇ ଆନ୍ତର୍ଜାତିକ ଚାପରେ ଅଛି। ସାଲ୍ୟୁକୋଭ୍ 2014 ଠାରୁ ସ୍ଥଳସେନାଧ୍ୟକ୍ଷ
ଥିଲେ। ବର୍ତ୍ତମାନ ସେ ରୁଷୀୟ ସୁରକ୍ଷା ପରିଷଦର ଉପ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା