ସୁପ୍ରିମକୋର୍ଟଙ୍କୁ ପ୍ରେସିଡେନ୍ସିଆଲ ରେଫରେନ୍ସ ପଠାଇ ୧୪ଟି ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୫ ମଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସରକାରଙ୍କ ବିଧେୟକକୁ ମଞ୍ଜରୀ ଦେବା ନିମନ୍ତେ ସମୟସୀମା ଲାଗୁ କରିବା ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ସମ୍ବିଧାନର ଧାରା ୧୪୩ ଅନୁଯାୟୀ ସୁପ୍ରିମକୋର୍ଟଙ୍କୁ ୧୪ ସୂତ୍ରୀ ପ୍ରେସିଡେନ୍ସିଆଲ ରେଫରେନ୍ସ ପଠାଇଛନ୍
ସୁପ୍ରିମକୋର୍ଟଙ୍କୁ ପ୍ରେସିଡେନ୍ସିଆଲ ରେଫରେନ୍ସ ପଠାଇ ୧୪ଟି ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି


ନୂଆଦିଲ୍ଲୀ, ୧୫ ମଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସରକାରଙ୍କ ବିଧେୟକକୁ ମଞ୍ଜରୀ ଦେବା ନିମନ୍ତେ ସମୟସୀମା ଲାଗୁ କରିବା ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ସମ୍ବିଧାନର ଧାରା ୧୪୩ ଅନୁଯାୟୀ ସୁପ୍ରିମକୋର୍ଟଙ୍କୁ ୧୪ ସୂତ୍ରୀ ପ୍ରେସିଡେନ୍ସିଆଲ ରେଫରେନ୍ସ ପଠାଇଛନ୍ତି ରାଷ୍ଟ୍ରପତି ।

ପ୍ରେସିଡେନ୍ସିଆଲ ରେଫରେନ୍ସରେ କୁହାଯାଇଛି ଯେ, କ’ଣ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ଧାରା ୨୦୧ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ତାଙ୍କ ନିମନ୍ତେ ସଂରକ୍ଷିତ ବିଧେୟକ ଉପରେ ନିର୍ଣ୍ଣୟ ନେବା ନିମନ୍ତେ ତିନି ମାସର ସମୟସୀମା ନିର୍ଦ୍ଧାରିତ କରିପାରିବେ, ଯେତେବେଳେକି ସମ୍ବିଧାନିକ ରୂପେ ଏପରି କୌଣସି ନିର୍ଦ୍ଧାରିତ ସମୟସୀମା ନାହିଁ । ସମ୍ବିଧାନର ଧାରା ୧୪୩ ଅନୁଯାୟୀ ସୁପ୍ରିମକୋର୍ଟଙ୍କୁ ପଠାଯାଇଥିବା ସନ୍ଦର୍ଭରେ ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମୁଖରେ ବିଧେୟକ ପ୍ରସ୍ତୁତ କରାଯିବା ଉପରେ ତାଙ୍କ ସମ୍ମୁଖରେ ସମ୍ବିଧାନିକ ବିକଳ୍ପ ଉପରେ ସ୍ପଷ୍ଟତା ମଗାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande