ଉତର ପ୍ରଦେଶ : ୩ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୬ ମୃତ
ଲକ୍ଷ୍ନୌ, ୧୫ ମଇ (ହି.ସ.)- ଉତର ପ୍ରଦେଶ ନିମନ୍ତେ ଗୁରୁବାର ସକାଳ ସଡ଼କ ଦୁର୍ଘଟଣାରେ ଭରି ରହିଥିଲା । ଏସବୁ ସଡ଼କ ଦୁର୍ଘଟଣାରେ ଅଦ୍ୟାବଧି ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକ ଲୋକ ଆହତ ହୋଇଛି । ବଳରାମପୁରରେ ବିବାହ ଉତ୍ସବରୁ ଏକ କାର୍ ରେ ଫେରୁଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଲକ୍ଷ
ଉତର ପ୍ରଦେଶ : ୩ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୬ ମୃତ


ଲକ୍ଷ୍ନୌ, ୧୫ ମଇ (ହି.ସ.)- ଉତର ପ୍ରଦେଶ ନିମନ୍ତେ ଗୁରୁବାର ସକାଳ ସଡ଼କ ଦୁର୍ଘଟଣାରେ ଭରି ରହିଥିଲା । ଏସବୁ ସଡ଼କ ଦୁର୍ଘଟଣାରେ ଅଦ୍ୟାବଧି ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକ ଲୋକ ଆହତ ହୋଇଛି ।

ବଳରାମପୁରରେ ବିବାହ ଉତ୍ସବରୁ ଏକ କାର୍ ରେ ଫେରୁଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଲକ୍ଷ୍ନୌର କିସାନ ପଥ ରେ ଏକ ବସ୍ ରେ ନିଆଁ ଲାଗି ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହରଦୋଇ ଜିଲ୍ଲାର କାସିମପୁର ଥାନା ଅଂଚଳରେ ଗୁରୁବାର ସକାଳେ ସଣ୍ଡିଲା- ବାଙ୍ଗରମଉ ରାସ୍ତାର ହରଦଲମଉ ଗ୍ରାମ ନିକଟରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଓଲଟି ପଡିଥିଲା । ଫଳରେ ଏହା ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande