ରିୟାସି ଓ କଠୁଆରେ ସନ୍ଦିଗ୍ଧ ଗତିବିଧି ଦେଖାଯିବା ପରେ ସୁରକ୍ଷାବଳ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ
ଜମ୍ମୁ, ୧୫ ମଇ (ହି.ସ.)- ଜମ୍ମୁ ଜିଭିଜନ ଅନ୍ତର୍ଗତ ରିୟାସି ଜିଲ୍ଲାର ଏକ ବନାଚଂଳରେ ସନ୍ଦିଗ୍ଧ ଗତିବିଧି ନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛି ସୁରକ୍ଷାବଳ । କଠୁଆ ଜିଲ୍ଲାରେ ଦ୍ୱିତୀୟ ଦିନରେ ମଧ୍ୟ ତଲାସୀ ଅଭିଯାନ ଜାରି ରଖିଛି ସୁରକ୍ଷା ବଳ । ଅଧିକାରୀ ମାନେ କହ
ରିୟାସି ଓ କଠୁଆରେ ସନ୍ଦିଗ୍ଧ ଗତିବିଧି ଦେଖାଯିବା ପରେ ସୁରକ୍ଷାବଳ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ


ଜମ୍ମୁ, ୧୫ ମଇ (ହି.ସ.)- ଜମ୍ମୁ ଜିଭିଜନ ଅନ୍ତର୍ଗତ ରିୟାସି ଜିଲ୍ଲାର ଏକ ବନାଚଂଳରେ ସନ୍ଦିଗ୍ଧ ଗତିବିଧି ନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛି ସୁରକ୍ଷାବଳ । କଠୁଆ ଜିଲ୍ଲାରେ ଦ୍ୱିତୀୟ ଦିନରେ ମଧ୍ୟ ତଲାସୀ ଅଭିଯାନ ଜାରି ରଖିଛି ସୁରକ୍ଷା ବଳ ।

ଅଧିକାରୀ ମାନେ କହିଛନ୍ତି ଯେ, ବୁଧବାର ବିଳମ୍ବିତ ରାତିରେ ଜିଲ୍ଲାର ଭାଗା ଅଂଚଳରେ ଜଣେ ମହିଳା ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ଏବଂ ଏନେଇ ସୂଚନା ମିଳିବା ପରେ ସେଠାରେ ମିଳିତ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । ବିମାନ ସହାୟତା ସହିତ ସୁରକ୍ଷା ବଳର ଏକ ମିଳିତ ଟିମ୍ ଅଭିଯାନ ଚଳାଇଛି । ଅଧିକାରୀମାନେ ସମ୍ପୃକ୍ତ ଅଂଚଳର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ସେମାନେ କହିଛନ୍ତି ଯେ, ଘଘବାଲ ଏବଂ ଏହାର ଆଖପାଖ ଅଂଚଳରେ ପୋଲିସ ଏବଂ ଅର୍ଦ୍ଧସୈନିକ ବଳର ମିଳିତ ତଲାସୀ ଅଭିଯାନ ଚାଲିଛି । ଜଣେ ସ୍ଥାନୀୟ ମହିଳା ଏନେଇ ପୋଲିସକୁ ସୂଚନା ଦେଇଛନ୍ତି ଯେ, ସେନାର ପୋଷାକ ପିନ୍ଧିଥିବବା ଦୁଇ ଜଣ ବ୍ୟକ୍ତି ତାଙ୍କ ଘରକୁ ଆସି ପାଣି ମାଗିଥିଲେ ଏବଂ ଯିବା ପୂର୍ବରୁ କହିଥିଲେ ଯେ, ସେ ତାଙ୍କ ଶିବିରକୁ ଫେରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande