ତ୍ରିରଙ୍ଗା ଯାତ୍ରାରୁ ହେଲା ସିକ୍କିମର 50ତମ ବର୍ଷପୂର୍ତ୍ତି
ଗ୍ୟାଙ୍ଗଟକ, 16 ମେ (ହି.ସ.) - ସିକ୍କିମ୍ ଆଜି ତାର ସ୍ଥାପନାର ୫୦ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ସାରା ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ପ୍ରସ୍ତାବ ଅଛି । ଯେଉଁଥିରେ ତିରଙ୍ଗା ଯାତ୍ରା, ରାଜ୍ୟ ସ୍ତରୀୟ ପୂର୍ଣ୍ଣ ରାଜ୍ୟତ୍ୱ ଦିବସ ଉତ୍ସବ, ସମ୍ମାନ
ତ୍ରିରଙ୍ଗା ଯାତ୍ରାରୁ ହେଲା ସିକ୍କିମର 50ତମ ବର୍ଷପୂର୍ତ୍ତି


ଗ୍ୟାଙ୍ଗଟକ, 16 ମେ (ହି.ସ.)

- ସିକ୍କିମ୍ ଆଜି ତାର ସ୍ଥାପନାର ୫୦ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ

ସାରା ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ପ୍ରସ୍ତାବ ଅଛି । ଯେଉଁଥିରେ ତିରଙ୍ଗା

ଯାତ୍ରା, ରାଜ୍ୟ ସ୍ତରୀୟ ପୂର୍ଣ୍ଣ ରାଜ୍ୟତ୍ୱ ଦିବସ ଉତ୍ସବ,

ସମ୍ମାନ

ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ ରହିଛି।

ରାଜ୍ୟ ଦିବସ ଉତ୍ସବର ଆରମ୍ଭ ସକାଳେ ତିରଙ୍ଗା ଯାତ୍ରାରୁ ହୋଇଥିଲା। ରାଜଧାନୀ ଗାଙ୍ଗଟକର

ଏମଜି ମାର୍ଗରୁ ଆରମ୍ଭ ହୋଇଥିବା ଏହି ତିରଙ୍ଗା ଯାତ୍ରା ପାଲ୍ଜୋର୍ ଷ୍ଟାଡିୟମ୍‌ରେ ସମାପ୍ତ

ହୋଇଥିଲା। ଏହି ଯାତ୍ରାର ନେତୃତ୍ୱ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ନେଇଥିଲେ। ଏହି

ଯାତ୍ରା ଭାରତୀୟ ସେନାର ବୀର ଯବାନମାନଙ୍କ ସମ୍ମାନରେ ଓ ଭାରତର ସମ୍ପ୍ରତିକ ଆତଙ୍କବାଦ ବିରୋଧୀ

ଅଭିଯାନ ‘ଅପରେସନ୍ ସିନ୍ଦୂର୍’ର ସଫଳତାକୁ ପାଳନ କରିବା

ପାଇଁ ଆୟୋଜିତ ହୋଇଥିଲା। ପାଲ୍ଜୋର୍ ଷ୍ଟାଡିୟମରେ ପହଞ୍ଚିବା ପରେ ଏହି ତିରଙ୍ଗା ଯାତ୍ରା ରାଜ୍ୟ

ଦିବସ ଉତ୍ସବରେ ପରିଣତ ହୋଇଛି ।

ସିକ୍କିମ୍‌ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ରାଜ୍ୟ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ

ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଅଛନ୍ତି।

ମଧ୍ୟାହ୍ନରେ ରାଜଧାନୀର ମନନ କେନ୍ଦ୍ରରେ ସମ୍ମାନ ସମାରୋହ ଆୟୋଜିତ ହେବ। ସନ୍ଧ୍ୟାବେଳେ ଏକ

ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାଜ୍ୟ ଦିବସ ଉତ୍ସବର ସମାପନ ହେବ। ଉଲ୍ଲେଖନୀୟ ଯେ,

16 ମଇ

1975 ରେ ସିକ୍କିମ୍ ଦେଶର 22ତମ ରାଜ୍ୟ ଭାବରେ ଭାରତର ଅଙ୍ଗ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande