ୱାଶିଂଟନ, 16 ମେ (ହି.ସ.)
-ଆମେରିକୀୟ ପ୍ରଶାସନର ଆଶା ବ୍ୟକ୍ତି କରିଛି ଯେ ଆମେରିକାର
ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଓ ତାଙ୍କ ରୁଷୀୟ ସମକକ୍ଷ ଭ୍ଲାଦିମିର୍ ପୁଟିନ୍ ମଧ୍ୟରେ ଖୁବ
ଶୀଘ୍ର ଭେଟ ହେବ। ଆମେରିକୀୟ ରାଷ୍ଟ୍ରପତିଙ୍କ ଉପ ସହାୟକ ଓ ଆତଙ୍କବାଦ ବିରୋଧୀରେ ବରିଷ୍ଠ ନିର୍ଦେଶକ
ସେବେଷ୍ଟିଆନ୍ ଗୋର୍କା ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି,
ଚୁକ୍ତି
ଓ ବୁଝାମଣା ହେଉଥାଏ, କିନ୍ତୁ ଏହି ସମୟଟି ହେଉଛି ରାଷ୍ଟ୍ରପତି ଟ୍ରମ୍ପ ଓ ପୁଟିନ୍ଙ୍କ
ଭେଟିବା ପାଇଁ ସଠିକ୍ ସମୟ। ସେ ଏହି ଘୋଷଣା ପଲିଟିକୋ ସମ୍ବାଦପତ୍ର ଦ୍ୱାରା ଆୟୋଜିତ
ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ କରିଛନ୍ତି ।
ରୁଷର ସରକାରୀ ସମ୍ବାଦ ଏଜେନ୍ସି ତାସ ଏହି ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ସମ୍ପର୍କିତ
ରିପୋର୍ଟରେ ଏହି ସୂଚନା ଦେଇଛି। ସମ୍ବାଦରେ ଏହା ମଧ୍ୟ କୁହାଯାଇଛି ଯେ ସେବେଷ୍ଟିଆନ୍ ଗୋର୍କା
ଏହି ସନ୍ଦର୍ଭରେ ପଚରାଯାଇଥିବା ଅନ୍ୟାନ୍ୟ ପ୍ରଶ୍ନର ଜବାବରେ ଗୋଳମାଳ ଉତ୍ତର ଦେଇଥିଲେ। ଗୋର୍କା
କହିଥିଲେ ଯେ, “ମୋତେ ପ୍ରଶ୍ନରେ ଫସିବାର ନାହିଁ।”
ତାଙ୍କୁ
ପଚାରାଯାଇଥିଲା – ଟ୍ରମ୍ପ କି ଇସ୍ତାମ୍ବୁଲ୍ରେ ରୁଷ-ୟୁକ୍ରେନ୍ ଆଲୋଚନାରେ ଅଂଶଗ୍ରହଣ
କରିବାର ଯୋଜନା ରଖିଛନ୍ତି କି? ଏହି ପ୍ରଶ୍ନରେ ନାହିଁ ବୋଲି ହ୍ୱାଇଟ୍
ହାଉସ୍ର ଏହି ଅଧିକାରୀ ସ୍ପଷ୍ଟ ଉତ୍ତର ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା