ଧର୍ମଶାଳା,୨୧ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା କଂଗ୍ରେସ ପକ୍ଷରୁ କୁମାରୀସ୍ଥିତ କାର୍ଯ୍ୟାଳୟରେ ପୁର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୩୪ ତମ ପୁଣ୍ୟତିଥି ପାଳିତ ହୋଇଯାଇଛି । କଂଗ୍ରେସ ନେତା ପ୍ରଫୁଲ୍ଲ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଧର୍ମଶାଳାର କଂଗ୍ରେସ ପ୍ରାର୍ଥୀ ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡା,ପିସିସି ସଦସ୍ୟ ହିମାଂଶୁ ଶେଖର ଦେଓ, ଜିଲ୍ଲା କୃଷକ ସେଲର ସଭାପତି ବସନ୍ତ କୁମାର ପରିଡା, ଗଗନ ବିହାରୀ ରାଉ, ପୁର୍ବତନ ସମିତି ସଭ୍ୟ ନକୁଳ ନାୟକ,ପୁର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ତରାଇ,ସଞ୍ଜୟ ରାୁତ, ସେକ ଇଦ୍ରିସ,ସାଗର ପାଳ, ନରାୟଣ ରାଉତ,ଅମରେନ୍ଦ୍ର ସାମଲ, କାର୍ତିକ ସାହୁ, ଦେବାଶିଷ ପରିଡା ପ୍ରମୁଖ ଯୋଗଦେଇ ରାଜିବ ଗାନ୍ଧିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ଦେଶ ପାଇଁ ରାଜୀବ ଗାନ୍ଧିଙ୍କ ତ୍ୟାଗ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ