ପଂଚାୟତ ଉପନିର୍ବାଚନ ସ୍ଥଗିତ
ଭୁବନେଶ୍ୱର,୨୧ ମଇ (ହି.ସ.)- ତ୍ରି-ସ୍ତରୀୟ ପଂଚାୟତ ଉପନିର୍ବାଚନକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ଶୀଘ୍ର ମୌସୁମୀ ଆସୁଥିବାରୁ ପଂଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ ସଚିବ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ବର୍ଷା ଋତୁ ପାଇଁ ନିର୍ବା
ପଂଚାୟତ ଉପନିର୍ବାଚନ ସ୍ଥଗିତ


ଭୁବନେଶ୍ୱର,୨୧ ମଇ (ହି.ସ.)- ତ୍ରି-ସ୍ତରୀୟ ପଂଚାୟତ ଉପନିର୍ବାଚନକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ଶୀଘ୍ର ମୌସୁମୀ ଆସୁଥିବାରୁ ପଂଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ ସଚିବ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ବର୍ଷା ଋତୁ ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ପରବର୍ତୀ ତାରିଖ ସମୟ ଦେଖି ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଆସନ୍ତା ଜୁନ ୨୩ ତାରିଖରେ ପଂଚାୟତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪୩ ସରପଂଚ, ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବାର ଅଛି। ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଆସନ୍ତାକାଲି (୨୦୨୫ ମେ ୨୨) ବ୍ଲକ, ପଂଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ। ଆସନ୍ତା ୨୬ରୁ ୩୧ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବାରଥିଲା। ମେ’ ୨୬, ୨୮, ୨୯, ୩୦ ଏବଂ ୩୧ ତାରିଖରେ ପ୍ରାର୍ôଥପତ୍ର ଦାଖଲ ହୋଇଥାନ୍ତା। ଜୁନ୍ ୨ ତାରିଖରେ ପ୍ରାର୍ôଥପତ୍ର ଦାଖଲ ହେବା ସହ ୪ରେ ପ୍ରତ୍ୟାହାର ହେବାର ଥିଲା। ଜୁନ୍ ୨୩ରେ ସକାଳ ୭ଟାରୁ ଦିନ ୧ ଯାଏଁ ହେବ ମତଦାନ କରାଯିବାର ଥିଲା। ୨୪ ତାରିଖରେ ବ୍ଲକ ଅଫିସରେ ଭୋଟ ଗଣତି ହୋଇଥାନ୍ତା।)

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande