ଗୋରୁ ଚୋରି କରୁଥିବା ବେଳେ ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ
ଧର୍ମଶାଳା,୨୧ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଂଚଳରୁ ରାତିରେ ଗୋଚାଲାଣ ଉଦ୍ଦେଶ୍ୟରେ ଏକ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ସମୟରେ ଗ୍ରାମବାସୀମାନେ ଧରି ନେଇ ଥିଲେ । ସୂଚନା ମୁତାବକ ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ ଗାଇ ଚୋରି ହୋଇଥିବା ଥାନାରେ
ଗୋରୁ ଚୋରି କରୁଥିବା ବେଳେ ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ


ଧର୍ମଶାଳା,୨୧ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଂଚଳରୁ ରାତିରେ ଗୋଚାଲାଣ ଉଦ୍ଦେଶ୍ୟରେ ଏକ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ସମୟରେ ଗ୍ରାମବାସୀମାନେ ଧରି ନେଇ ଥିଲେ । ସୂଚନା ମୁତାବକ ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ ଗାଇ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣା ଉପରେ ପୁଲିସ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ପାରି ନାହିଁ । ଏହି ଘଟଣାକୁ ନେଇ ଉକ୍ତ ଅଂଚଳର ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ତେବେ ଗତ କାଲି ବିଳମ୍ବିତ ରାତିରେ କିଛି ଯୁବକ କାଏମା ସ୍କୁଲ୍ ପଡ଼ିଆ ନିକଟରେ ଏକ ପିକପ୍ ଭ୍ୟାନରେ ଗୋରୁ ବୋଝେଇ କରୁଥିବା ଦେଖି ସ୍ଥାନୀୟ ଲୋକେ ଗାଡିକୁ ଅଟକାଇଥିଲେ । ଏହି ଗୋରୁ ଚଲାଣରେ ନିୟୋଜିତ କେତେକ ଯୁବକ ଘଟଣା ସ୍ଥଳରୁ ଖସି ଯାଇଥିବା ବେଳେ ଗ୍ରାମବାସୀମାନେ ଜଣକୁ କାବୁ କରିଥିଲେ । ସେ ଏହି ଅଂଚଳରୁ ଦୁଇ ଶହରୁ ଉର୍ଦ୍ଧ୍ୱ ଗାଇ ଚୋରି କରି ନେଇ ଧର୍ମଶାଳା ଥାନା ନେଉଲପୁର ଅଂଚଳରେ ବିକ୍ରି କରୁଥିବା ଏବଂ ଏହି ଘଟଣାରେ କାଏମା ଅଂଚଳର କିଛି ଯୁବକ ସମୃକ୍ତ ରହିଥିବା ସେ ସୂଚନା ଦେଇଥିଲା । ପରେ ଗ୍ରାମବାସୀ ଉକ୍ତ ଯୁବକକୁ କାବୁ କରି ପୁଲିସରେ ଜିମା ଦେଇଥିଲେ । ଧର୍ମଶାଳା ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande