ଅଭିନବ ହୋଟେଲ ‘ସଂଜୁ ଫିସ୍ ମାର୍ଟ’ର ଶୁଭ ଉଦ୍‌ଘାଟନ କଲେ ସାଂସଦ
ଭଦ୍ରକ, ୭ ମଇ (ହି.ସ.) - ଆଜି ସନ୍ଧ୍ୟାରେ ଭଦ୍ରକର କଲେଜରୋଡ୍ ସ୍ଥିତ ଜଗନ୍ନାଥପୁର ପୁରୁଣା ମାଛ ମାର୍କେଟ୍ ପରିସରରେ ସାଂସଦ ଅଭିମନ୍ୟୁ ସେଠୀ ଅଭିନବ ହୋଟେଲର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ଏମିତି ଏକ ହୋଟେଲ ଯେଉଁଠାରେ କେହି ଗ୍ରାହକ ବସି ଖାଇପାରିବେ ନାହିଁ। ଅର୍ଡର ଦେଇ କେବଳ ନେଇପାରିବେ। ଏଠାରେ ଭାତ,
SANJU FISH MART UDGHATAN


ଭଦ୍ରକ, ୭ ମଇ (ହି.ସ.) - ଆଜି ସନ୍ଧ୍ୟାରେ ଭଦ୍ରକର କଲେଜରୋଡ୍ ସ୍ଥିତ ଜଗନ୍ନାଥପୁର ପୁରୁଣା ମାଛ ମାର୍କେଟ୍ ପରିସରରେ ସାଂସଦ ଅଭିମନ୍ୟୁ ସେଠୀ ଅଭିନବ ହୋଟେଲର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ଏମିତି ଏକ ହୋଟେଲ ଯେଉଁଠାରେ କେହି ଗ୍ରାହକ ବସି ଖାଇପାରିବେ ନାହିଁ। ଅର୍ଡର ଦେଇ କେବଳ ନେଇପାରିବେ। ଏଠାରେ ଭାତ, ଡାଲି, ମାଂସ କିମ୍ବା ଅନ୍ୟ କୌଣସି ପନିପରିବା ଖାଦ୍ୟ ତିଆରି ହୋଇନଥାଏ। କେବଳ ମାଛ ହିଁ ମାଛ। ଯାହା ଚାହିଁବେ ବିଭିନ୍ନ କିସମର ମାଛ ତରକାରୀ ଏଠାରେ ହିଁ ମିଳିବ। ଆଉ କେବଳ ମାଛ ତରକାରୀ ନୁହେଁ, କଂଚା ମାଛ ବି ଏଠାରେ ପାଇପାରିବେ। ତାହା ୨ ପିସ୍ ହେଉ କିମ୍ବା ୨ ଶହ ପିସ୍ ହେଉ, ତାହା ସୁବିଧାରେ ଉପଲବ୍ଧ ହେବ। ବିଶେଷକରି ବିବାହ ଉତ୍ସବରେ ମଧ୍ୟ ଏଠାରୁ ଅର୍ଡର ଦେଇ ସମସ୍ତ ପ୍ରକାର ମାଛ ନେଇହେବ। ଏଣୁ କଂଚା ହେଉ ବା ରନ୍ଧା ହେଉ ବଡ ମାଛ ହେଉ ବା ଚୂନାମାଛ ହେଉ, ଇଲିସି ହେଉ କି ଶିଳା, ଚିଙ୍ଗୁଡି ହେଉ, ସବୁ ପ୍ରକାର ମାଛର ଏଭଳି ଏକ ଅଭିନବ ହୋଟେଲ କେବଳ ଭଦ୍ରକ ଜିଲା ନୁହେଁ, ରାଜ୍ୟର ପ୍ରଥମ ବୋଲି ଏହାର ମାଲିକ ସଂଜୟ ମଳିକ ଦାବି କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande