ଆତଙ୍କବାଦ ବିରୋଧରେ ଲଢ଼ିବାରେ ବ୍ରାଜିଲ ଭାରତ ସହିତ ପ୍ରକାଶ କଲା ଏକତା
ନୂଆଦିଲ୍ଲୀ, ୮ ମଇ (ହି.ସ.)- ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲଭା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଏକତା ପ୍ରକାଶ କରିଛନ୍ତି। ଦୁଇ ନେତା ଭାରତ-ବ୍ରାଜିଲ ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ସେମାନଙ୍
ଆତଙ୍କବାଦ ବିରୋଧରେ ଲଢ଼ିବାରେ ବ୍ରାଜିଲ ଭାରତ ସହିତ ପ୍ରକାଶ କଲା ଏକତା


ନୂଆଦିଲ୍ଲୀ, ୮ ମଇ (ହି.ସ.)- ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲଭା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଏକତା ପ୍ରକାଶ କରିଛନ୍ତି। ଦୁଇ ନେତା ଭାରତ-ବ୍ରାଜିଲ ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଲେ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ୍ସକୁ କହିଛନ୍ତି ଯେ ବ୍ରାଜିଲ ରାଷ୍ଟ୍ରପତି ସିଲଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଭାରତର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଏବଂ ଏକତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଲୁଲାଙ୍କ ସମବେଦନା ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଛନ୍ତି ଯେ ଦୁଇ ନେତା ଭାରତ-ବ୍ରାଜିଲ ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ବ୍ରିକ୍ସର ସଫଳ ଅଧ୍ୟକ୍ଷତା ପାଇଁ ବ୍ରାଜିଲର ଶୁଭକାମନା ଜଣାଇଥିଲେ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande