କେଦାରନାଥରେ ଦେଖାଗଲା ହିମ ଚିତାବାଘ
ରୁଦ୍ରପ୍ରୟାଗ (ଉତ୍ତରାଖଣ୍ଡ)20 ଜୁନ (ହି.ସ)-କେଦାରନାଥ ବନ୍ୟପ୍ରାଣୀ ଡିଭିଜନର ଉଖୀମଠ ରେଞ୍ଜର ଉପରୀ ଅଞ୍ଚଳରେ ହିମ ଚିତାବାଘର କାର୍ଯ୍ୟକଳାପ ଟ୍ରାପ କ୍ୟାମେରାରେ କଏଦ ହୋଇଛି। ତୁଷାର ଆଚ୍ଛାଦିତ ବରଫ ପାହାଡ ମଧ୍ୟରେ ହିମ ଚିତାବାଘ ଦେଖାଯାଇଛି।ଏହା ସହିତ ହଳଦିଆ ବେକଥିବା ନ
କେଦାରନାଥରେ ଦେଖାଗଲା ହିମ ଚିତାବାଘ


ରୁଦ୍ରପ୍ରୟାଗ (ଉତ୍ତରାଖଣ୍ଡ)20

ଜୁନ (ହି.ସ)-କେଦାରନାଥ ବନ୍ୟପ୍ରାଣୀ ଡିଭିଜନର ଉଖୀମଠ ରେଞ୍ଜର ଉପରୀ ଅଞ୍ଚଳରେ ହିମ ଚିତାବାଘର

କାର୍ଯ୍ୟକଳାପ ଟ୍ରାପ କ୍ୟାମେରାରେ କଏଦ ହୋଇଛି। ତୁଷାର ଆଚ୍ଛାଦିତ ବରଫ ପାହାଡ ମଧ୍ୟରେ ହିମ

ଚିତାବାଘ ଦେଖାଯାଇଛି।ଏହା ସହିତ ହଳଦିଆ ବେକଥିବା ନେଉଳ ଏବଂ ଲାଲ ଶୃଗାଳ ସମେତ ଅନେକ ବିରଳ ପକ୍ଷୀ

ପ୍ରଜାତି ମଧ୍ୟ ଅଛନ୍ତି।ଡିଏଫଓ ତରୁଣ ଏସଙ୍କ ତତ୍ତ୍ୱାବଧାନରେ ଏହି କ୍ୟାମେରାଗୁଡିକର

ମୁଲ୍ୟାଙ୍କନ କରାଯାଉଛି,ଯେଉଁଥିରେ ଅନେକ ବନ୍ୟପ୍ରାଣୀ ଦେଖାଯାଉଛି।ଏହି ତୁଷାର ଚିତାବାଘ ରେଞ୍ଜର

ହିମାଳୟ ସଂଲଗ୍ନ ଅଞ୍ଚଳରେ ଦେଖାଯାଇଛି।ଏହି ବିରଳ ବନ୍ୟପ୍ରାଣୀ ବଡ ଅଞ୍ଚଳରେ ବିଚରଣ କରୁଛି।ବିଭାଗୀୟ

ଅଧିକାରୀମାନେ କହିଛନ୍ତି ଯେ ବହୁ ଦିନ ପରେ ତୁଷାର ଚିତାବାଘ ଦେଖାଯାଇଛି।ଏହି ଅଞ୍ଚଳରେ କସ୍ତୁରୀ

ହରିଣ ,ମାଟିଆ ଭାଲୁ,ଭୁକିବା ହରିଣ,ହଳଦିଆ ବେକ ଥିବା ନେଉଳ,ଲାଲ ଶୃଗାଳ ମଧ୍ୟ ବହୁ ସଂଖ୍ୟାରେ ଦେଖାଯାଆନ୍ତି।ଏହା

ସହିତ ପକ୍ଷୀପ୍ରଜାତି ସଂଖ୍ୟା ବୃଦ୍ଧି

ପାଉଛି।ମୋନାଲ ସହିତ ତିତରର ଅନେକ ପ୍ରଜାତି ଉଚ୍ଚ ହିମାଳୟଅଞ୍ଚଳରେ ମିଳିଛି।ଏହା ବ୍ୟତୀତ ଚିତାବାଘ ,ଭାଲୁ,ସାମ୍ବ,ଘୁରଲ,କାଖଡ,ହିମାଳୟନ ଥାର ମଧ୍ୟ

ସମଗ୍ର ଡିଭିଜନାଲ ଅଞ୍ଚଳରେ ମଧ୍ୟ ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande