କୋଲକାତା ସମେତ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
କୋଲକାତା, 20 ଜୁନ (ହି.ସ)- ଦକ୍ଷିଣ ବଙ୍ଗଳାରେ ମୌସୁମୀ ଛୁଇଁଛି,ଏହା ସହିତ ଅନେକ ଜିଲ୍ଲାରେ ମଝିରେ ମଝିରେ ବର୍ଷା ଆରମ୍ଭ ହୋଇଛି।ଶୁକ୍ରବାର ସକାଳୁ କୋଲକାତା ସମେତ ଦକ୍ଷିଣ ବଙ୍ଗଳାର ଅଧିକାଂଶ ଅଞ୍ଚଳରେ ମେଘୁଆ ପରିବେଶ ରହିଛି।ଦିନ ବଢିବା ସହିତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷ
କୋଲକାତା ସମେତ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା


କୋଲକାତା, 20 ଜୁନ (ହି.ସ)- ଦକ୍ଷିଣ ବଙ୍ଗଳାରେ ମୌସୁମୀ ଛୁଇଁଛି,ଏହା

ସହିତ ଅନେକ ଜିଲ୍ଲାରେ ମଝିରେ ମଝିରେ ବର୍ଷା ଆରମ୍ଭ ହୋଇଛି।ଶୁକ୍ରବାର ସକାଳୁ କୋଲକାତା ସମେତ

ଦକ୍ଷିଣ ବଙ୍ଗଳାର ଅଧିକାଂଶ ଅଞ୍ଚଳରେ ମେଘୁଆ ପରିବେଶ ରହିଛି।ଦିନ ବଢିବା ସହିତ ଅନେକ ଅଞ୍ଚଳରେ

ପ୍ରବଳ ବର୍ଷା ଆରମ୍ଭ ହେବ।ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀର ଏହି ସକ୍ରିୟ ପର୍ଯ୍ୟାୟରେ

ଦକ୍ଷିଣ ବଙ୍ଗଳାର ଜିଲ୍ଲାରେ ଆଗାମୀ ବୁଧବାର ପର୍ଯ୍ୟନ୍ତ ଲଗାତାର ବର୍ଷା ହେବାର ସମ୍ଭାବନା

ରହିଛି।ଏହି ସମୟରେ କେତେବେଳେ ହାଲୁକା ତ କେତେବେଳେ ମଧ୍ୟମ ବର୍ଷା ହୋଇପାରେ।ସପ୍ତାହର ଆରମ୍ଭରେ

ସମୁଦ୍ର ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷାର ପ୍ରଭାବ ଅଧିକ ଗଭୀର ହୋଇପାରେ।ଏହା ସହିତ କିଛି

ଅଞ୍ଚଳରେ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande