ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବଲାଙ୍ଗିର, ୨୧ ଜୁନ୍ (ହି.ସ)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ- ତଥା-ଜିଲ୍ଲା ନ୍ୟାୟାଧିଶ ପବିତ୍ର ମୋହନ ସାମଲଙ୍କ ନିର୍ଦ୍ଦେଶରେ ଆଜି ବଲାଙ୍ଗିର ସିଭିଲ କୌଟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏଥି ସହିତ ବଲାଙ୍ଗିର, ଟିଟି
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ


ବଲାଙ୍ଗିର, ୨୧ ଜୁନ୍ (ହି.ସ)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ- ତଥା-ଜିଲ୍ଲା ନ୍ୟାୟାଧିଶ ପବିତ୍ର ମୋହନ ସାମଲଙ୍କ ନିର୍ଦ୍ଦେଶରେ ଆଜି ବଲାଙ୍ଗିର ସିଭିଲ କୌଟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏଥି ସହିତ ବଲାଙ୍ଗିର, ଟିଟିଲାଗଡ, ପାଟନାଗଡ, କଂଟାବାଜି, ଲୋଇସିଂଘା, ସଂଇତଳା, ମୁରିବାହାଲ, ବଂଗୋମୁଣ୍ଡା ର ସମସ୍ତ ତାଲୁକ ଆଇନ ସେବା ପ୍ରାଧିକରଣ, ଜିଲା କାରାଗାର ଏବଂ ଉପ ଜିଲ୍ଲା କାରାଗାର, ଶିଶୁ ସୁରକ୍ଷା ଅନୁଷ୍ଠାନ ଓ ଜରାଶ୍ରମ ଆଦି ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ, ବରଂ ଜୀବନ କଟେଇବା ପାଇଁ ଏକ ଅଭୁତ କଳା ଅଟେ ବୋଲି ଉପସ୍ଥିତ ମୁଖ୍ୟ ଅତିଥି ପବିତ୍ର ମୋହନ ସାମଲ କହିଥିଲେ । ଏହା ଶରୀର, ମନ ଏବଂ ଆତ୍ମାକୁ ସଂତୁଳନ କରିବାର ମାଧ୍ୟମ ଅଟେ । ଅନ୍ତର୍ଜାତୀୟ ଯୋଗ ଦିବସର ଏହି ବର୍ଷର ଥିମ “ଏକ ପୃଥିବୀ- ଏକ ସାସ୍ଥ୍ୟ ପାଇଁ ଯୋଗ” ରେ ଏହି ଦିବସ ପାଳନ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande