ଟୋରଣ୍ଟୋରେ ରଥଯାତ୍ରା ସମୟରେ ଅଣ୍ଡା ପକାଇବା ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)-ବିରୋଧୀ ଦଳ ନେତା ଓ ବିଜେଡି ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକ କନାଡାର ଟୋରଣ୍ଟୋରେ ଆୟୋଜିତ ରଥଯାତ୍ରା ମହୋତ୍ସବ ସମୟରେ ଭକ୍ତମାନଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ଘଟଣାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ପ୍ରତିକ୍ରିୟା
ଟୋରଣ୍ଟୋରେ ରଥଯାତ୍ରା     ସମୟରେ ଅଣ୍ଡା ପକାଇବା ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)-ବିରୋଧୀ ଦଳ ନେତା ଓ

ବିଜେଡି ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକ କନାଡାର ଟୋରଣ୍ଟୋରେ ଆୟୋଜିତ ରଥଯାତ୍ରା ମହୋତ୍ସବ ସମୟରେ

ଭକ୍ତମାନଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ଘଟଣାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସୋସିଆଲ

ମିଡିଆରେ ପ୍ରତିକ୍ରିୟା ଦେଇ, ସେ ଏହାକୁ ଗୁରୁତର

ଭାବେ ବିଚଳିତ କରିବା ଘଟଣା ବୋଲି କହିଛନ୍ତି ଓ ଏହା ଶ୍ରୀଜଗନ୍ନାଥ ଭକ୍ତମାନଙ୍କର

ଧାର୍ମିକ ଆସ୍ଥା ଉପରେ ସିଧା ଆଘାତ ବୋଲି ଉଲ୍ଲେଖ କରିଛନ୍ତି।

ନବୀନ ପଟ୍ଟନାୟକ

ଲେଖିଛନ୍ତି ଯେ, ଏହି ଘଟଣା କେବଳ ରଥଯାତ୍ରା ପରି ପବିତ୍ର ଉତ୍ସବର ଗାରିମାର ଅପମାନ

ନୁହେଁ, ବରଂ ଓଡ଼ିଶା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ପୀଡାଦାୟକ, କାରଣ ଏହି ପର୍ବ ତାଙ୍କ ପାଇଁ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ

ଗୁରୁତ୍ୱ ରଖେ।

ସେ ରାଜ୍ୟ ସରକାରଙ୍କୁ ଏହି

ମାମଲାଗୁ ଗୁରୁତର ସହ ନେବାକୁ ଅପିଲ କରିଛନ୍ତି ଏବଂ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ ଯେ, ଯଦି

ମିଡିଆ ରିପୋର୍ଟସ ସତ୍ୟ ତେବେ ସେ କାନାଡା ପ୍ରଶାସନ ନିକଟରେ ଏହାକୁ ବିରୋଧ କରୁଛୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande