ବରେଇପାଲି ଜଳ ବିଶୋଧନାଗାରକୁ ଜିଲ୍ଲାପାଳଙ୍କ ପରିଦର୍ଶନ
ସମ୍ବଲପୁର, ୦୮ ଜୁଲାଇ (ହି.ସ.) - ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ବରେଇପାଲି ସ୍ଥିତ ଜଳ ବିଶୋଧନାଗାରର ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି। ସେଠାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସେଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେ
ବରେଇପାଲି ଜଳ ବିଶୋଧନାଗାରକୁ ଜିଲ୍ଲାପାଳଙ୍କ ପରିଦର୍ଶନ


ବରେଇପାଲି ଜଳ ବିଶୋଧନାଗାରକୁ ଜିଲ୍ଲାପାଳଙ୍କ ପରିଦର୍ଶନ


ସମ୍ବଲପୁର, ୦୮ ଜୁଲାଇ (ହି.ସ.) - ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ବରେଇପାଲି ସ୍ଥିତ ଜଳ ବିଶୋଧନାଗାରର ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି। ସେଠାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସେଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଗତ ୨ ତାରିଖ ଠାରୁ ସହରର କିଛି ଅଞ୍ଚଳରେ ପାଇପ୍ ପାଣି ଗୋଳିଆ ଆସୁଥିବା ନେଇ ଅଭିଯୋଗ ହୋଇଥିଲା । ପରବର୍ତୀ ସମୟରେ କେତେକ ସ୍ଥାନରେ ଯୋଗାଣ ପାଇପ୍ ପାଣି ଆସୁନଥିବା ଅଭିଯୋଗ ହୋଇଥିଲା । ଉପରମୁଣ୍ଡରେ ବର୍ଷା ଓ ଜଳପତନ ବୃଦ୍ଧି ନେଇ ଚଳିତ ମାସ ୬ ତାରିଖରେ ହୀରାକୁଦରୁ ପ୍ରଥମ ବନ୍ୟା ପାଣି ଛଡାଯାଇଥିଲା । ମାତ୍ର ସହରରେ ପାନୀୟ ଜଳର ଅଭାବ ଓ ସମସ୍ୟା ନେଇ ୬ ଓ ୭ ତାରିଖରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜନସ୍ୱାସ୍ଥ୍ୟ ବିଭାଗକୁ ଏକାଧିକ ଅଭିଯୋଗ ପତ୍ରରେ ଅବଗତ କରାଯାଇଥିଲା । ଯାହାକୁ ନେଇ ଆଜି ବରେହିପାଲି ସ୍ଥିତ ସହରର ବୃହତ୍ ଜଳ ବିଶୋଧନାଗାରର ଉପକେନ୍ଦ୍ରକୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ଅନୁଧ୍ୟାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande