ସମ୍ବଲପୁର, ୦୮ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ପଂଚାୟତ ସ୍ଥାନୀୟ ରେଙ୍ଗାଲବେଡା ସ୍ଥିତ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାମାଜିକ ବନୀକରଣ ଏବଂ ଜଳବାୟୁ ପରିବର୍ତନ ବିଭାଗର ପ୍ରୋତ୍ସାହନରେ ଚଳିତ ବର୍ଷ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ମହାନ୍ତି , ଚତୁର୍ଭୁଜ ସାହୁ, ଅକ୍ଷୟ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ମମତା ଝାଉଁର, ଆଲୋକ ନାୟକ ଏବଂ ଇକୋ କ୍ଲବ୍ ଭାର ପ୍ରାପ୍ତ ଶିକ୍ଷକ ସପ୍ତଶିର କହଁର ପ୍ରମୁଖ ଯୋଗ ଦେଇଥିଲେ । 'ମାଆ ପାଇଁ ଗଛଟିଏ' କାର୍ଯ୍ୟକ୍ରମରେ ଭାଗନେଇଥିବା ବିଦ୍ୟାର୍ଥୀ ଆଭା ବାରିକ୍, ନୂପୁର ରୋହିଦାସ, ମୋନାଲିସା ମେହେର, ଋପେଲି ବେହେରା, ଦିପୀକା ଦର୍କା, ମେଦିନୀ କାନ୍ତ ରଣା ପ୍ରଭୃତି ଙ୍କୁ ଇକୋ କ୍ଲବ୍ ଫର୍ ମିଶନ୍ ଲାଇଫ୍ ଆନୁକୁଲ୍ୟରେ ଆଭାସୀ ପ୍ରମାଣପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ବାଳିକାମାନେ ଗୋପବନ୍ଧୁ ଦାସଙ୍କ 'ବୃକ୍ଷ ମହାତ୍ମା' ପଠନ କରିଥିଲେ । ଶିକ୍ଷକ ଚତୁର୍ଭୁଜ ସାହୁ ସାଂପ୍ରତିକ ସ୍ଥିତିରେ ପରିବେଶ ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଜୀବ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତି ସ୍ୱାଇଁ ବର୍ତମାନର ପରିବେଶ ପାଇଁ ବୃକ୍ଷ ରୋପଣ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ । ପରିଶେଷରେ ଶ୍ରୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ