ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ
ରାଉରକେଲା, ୮ ଜୁଲାଇ (ହି.ସ.)- ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ପକ୍ଷରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କର ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜୁଲାଇ ୩ ରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଜୁଲାଇ ୮ ରେ ସଂପନ୍ନ ହୋଇଛି l ମାଷ୍ଟର ଟ୍ରେନର ବିରମିତ୍ରପୁ
ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ


ରାଉରକେଲା, ୮ ଜୁଲାଇ (ହି.ସ.)- ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ପକ୍ଷରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କର ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜୁଲାଇ ୩ ରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଜୁଲାଇ ୮ ରେ ସଂପନ୍ନ ହୋଇଛି l ମାଷ୍ଟର ଟ୍ରେନର ବିରମିତ୍ରପୁର ଓ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଛନ୍ତି l ସ୍ଥାନୀୟ ମ୍ୟୁନିସିପାଲ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ନିର୍ବାଚନ ମଣ୍ଡଳୀର ୪୯୮ ବିଏଲଓ ପ୍ରଶିକ୍ଷଣ ନେଇଛନ୍ତି l ନିର୍ବାଚନରେ ମତଦାନ ପ୍ରକ୍ରିୟା ସରଳ ଓ ତ୍ରୁଟି ଶୂନ୍ଯ କରିବା ପାଇଁ ଅଧିକାରୀ ମାନଙ୍କୁ ବିଏଲଓର ଭୂମିକା, ଘରେ ଘରେ ବୁଲି ଭୋଟର ତାଲିକା ସଂଶୋଧନ, ନୂତନ ଭୋଟରଙ୍କ ନାମ ପଂଜିକରଣ, ଫର୍ମ ୬, ୭, ୮ ପୂରଣ କରିବା , ବିଏଲଓ ଆପ ସହିତ ଭୋଟର ହେଲପ ଲାଇନର ବ୍ୟବହାର କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ପ୍ରଶିକ୍ଷଣ ପ୍ରଦାନ ପରେ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସାର୍ଟିିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା l

ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ସେ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷଣ କାର୍ଯ୍ୟ ନୀରିକ୍ଷଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande